Latest Odisha News

BREAKING NEWS

ଅନୁପମ ଶେୟାର କଲେ ୩୭ ବର୍ଷ ତଳର ଫିଲ୍ମ ଫଟୋ

ମୁମ୍ବାଇ: ପ୍ରତିଷ୍ଠିତ କଳାକାର ଅନୁପମ ଖେର ୩୭ ବର୍ଷ ତଳର ତାଙ୍କ ଅଭିନୀତ ଏକ ଫିଲ୍ମର ଫଟୋ ଶେୟାର କରିଛନ୍ତି । ଏହି ଫିଲ୍ମରେ ଅଭିନୟ କରିବା ପାଇଁ ତାଙ୍କୁ ୫୦୦୦ ଟଙ୍କା ମିଳିଥିଲା । ୧୯୮୩ରେ ଲୈଲା ମଜନୁ ନାମକ ଫିଲ୍ମରେ ସେ ମଜନୁର ଭୂମିକାରେ ଅଭିନୟ କରିଥିଲେ । ସେ ସୋସିଆଲ ସାଇଟରେ ଫଟୋ ଶେୟାର କରିବା ସହ ଲେଖ୍‌ôଛନ୍ତି ମଜନୁ ଭୂମିକାରେ ମୋତେ ଦେଖି ହସ ଲାଗୁଥିବ । ଆପଣମାନେ ମନ ଦେଇ ହସନ୍ତୁ ।

ମୁଜଫର ଅଲୀ ଏହି ଫିଲ୍ମ ପାଇଁ ଅନୁପମଙ୍କୁ ଚୟନ କରିଥିଲେ । ୧ ଘଂଟାର ଲୈଲା ମଜନୁ ଫିଲ୍ମ ପାଇଁ ମୋତେ ମିଳିଥିବା ୫୦୦୦ ଟଙ୍କା ଯାହାକି ସେ ସମୟରେ ବହୁତ ଥିଲା । ଏହି ଅର୍ଥରେ ବେଶ୍ କିଛି ଦିନ ମଉଜ କରିଥିଲି ବୋଲି ଅନୁପମ କହିଛନ୍ତି ।

Leave A Reply

Your email address will not be published.