ଭୁବନେଶ୍ୱର: ରାଜ୍ୟର ଗ୍ରୀନ ଜୋନରେ ଚାଲିପାରେ ବସ୍ । କେନ୍ଦ୍ର ସରକାର ଲକଡାଉନ୍ ୩.୦ ଗାଇଡଲାଇନରେ ଅନୁମତି ଦେଇଛନ୍ତି । ଏହାପରେ ରାଜ୍ୟରେ ବସ୍ ଚଳାଚଳ ନେଇ ବିଚାରବିମର୍ଶ ଚାଲିଥିବା ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏନେଇ ରାଜ୍ୟ ବସ୍ ମାଲିକ ସଂଘ ସହ ଆଲୋଚନା ହୋଇଛି ।
କେନ୍ଦ୍ରର ନୂଆ ଗାଇଡଲାଇନ ଅନୁସାରେ ଘରୋଇ ଓ ସରକାରୀ ବସକୁ କିଭଳି ସୁବିଧା ଦିଆଯାଇ ପାରିବ ସେଦିଗରେ ଚିନ୍ତା କରୁଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଗ୍ରୀନ ଜୋନରେ ୫୦ ପ୍ରତିଶତ ବସ୍ ଚଳାଚଳ ଓ ୫୦ ପ୍ରତିଶତ ଯାତ୍ରୀ କ୍ଷମତା ସହ ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରି ସବୁ ରାଜ୍ୟର ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏତିକିବେଳେ ବସର ବୀମା ଅବଧିକୁ ଛଅ ମାସ ବୃଦ୍ଧି ସହ ଟିକସ ଛାଡ ପାଇଁ ଦାବି ରଖିଥିଲେ ମନ୍ତ୍ରୀ ପଦ୍ମନାଭ ବେହେରା ।
BREAKING NEWS
- ରେଭେନ୍ସା ବିବାଦରେ ନୂଆ ମୋଡ଼: ସଦର ବିଧାୟକଙ୍କୁ କାଉଣ୍ଟର କଲା ଶିକ୍ଷକ ସଂଘ ‘ରୁଟା’
- Netanyahu dials PM Modi:ମୋଦୀଙ୍କୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଫୋନ୍ କଲ୍; ସ୍ୱତନ୍ତ୍ର ରଣନୈତିକ ଭାଗୀଦାରୀ ଏବଂ ପଶ୍ଚିମ ଏସିଆର ସ୍ଥିତି ନେଇ ଆଲୋଚନା
- ୨୨ଲକ୍ଷର ସୋସାଇଟି ପାଣ୍ଠି ହଡ଼ପ ଅଭିଯୋଗ;ପୂର୍ବତନ ପାକ୍ସ ସମ୍ପାଦକ ଗିରଫ
- ବିଷାକ୍ତ ଲଙ୍କା: ୨୭ଟି ରାଜ୍ୟରେ ବ୍ୟାପିଲା ସାଲମୋନେଲା ସଂକ୍ରମଣ, ୩୪୫ ଆକ୍ରାନ୍ତ
- ଏଥର ଇନଷ୍ଟାଗ୍ରାମରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂଆ ନିବେଦନ
- ବାଲେଶ୍ୱର ଭୋଗରାଇରେ ଉତ୍ତେଜନା: ସମୀକ୍ଷା ବୈଠକ ବେଳେ ମୁହାଁମୁହିଁ ହେଲେ ବିଜେପି-ବିଜେଡି କର୍ମୀ
- କ୍ରାଇମ୍ ବ୍ରାଞ୍ଚ ଚାର୍ଜସିଟରେ ଚାଞ୍ଚଲ୍ୟକର ଖୁଲାସା, ଅତ୍ୟଧିକ ଡ୍ରଗ୍ସ ନିଶାରେ ଥିଲେ କନଷ୍ଟେବଳ ସୌମ୍ୟ
- ଘର ପ୍ରତିଷ୍ଠା ଭୋଜି ଖାଇ ୭୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ; ହସ୍ପିଟାଲରେ ଭର୍ତ୍ତି
- ଜେପିଏସସି ଏବଂ ଜେଏସଏସସି ଆନ୍ଦୋଳନ: କ୍ୟାମେରା ଆଗରେ ଆଲୋଚନା କରିବାକୁ ଛାତ୍ରଙ୍କ ଜିଦ୍
- ଭାଇ ସୋହେଲଙ୍କ ପ୍ରେମ ସମ୍ପର୍କ ପାଇଁ ବନ୍ଦ ହୋଇଥିଲା ସଲମାନଙ୍କ ‘ରାମାୟଣ’! ତିନି ଦଶନ୍ଧି ପରେ ପୁଣି ଚର୍ଚ୍ଚା

Comments are closed.