ଭୁବନେଶ୍ବର: କରୋନା ମୁକାବିଲା କରିବା ପାଇଁ ଯଥାଚେଷ୍ଟା ଜାରି ରଖିଛନ୍ତି ରାଜ୍ୟ ସରକାର । ବର୍ତମାନ ସୁଦ୍ଧା ରାଜ୍ୟରେ ନମୁନା ପରୀକ୍ଷଣ ସଂଖ୍ୟା ୫୦ହଜାର ଟପିଥିବା ଜଣାପଡିଛି।
ଗତକାଲି ଗୋଟିଏ ଦିନରେ ୩୦୬୦ ନମୁନା ପରୀକ୍ଷା ହୋଇଥିଲା । ଯାହା ଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୦ହଜାର ୫୧୪ ନମୁନା ପରୀକ୍ଷା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୮ ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି।
ସେମାନଙ୍କ ଭିତରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୪୨ ରେ ରହିଥିବା ବେଳେ ୬୧ ଜଣ ସୁସ୍ଥ ହେଲେଣି । ରାଜ୍ୟରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଛି ।
Comments are closed.