ମସ୍କୋ: କରୋନା ଭାଇରସ ପ୍ରଭାବ ଏବେ ବି ବିଶ୍ୱରେ ବଳବତର ରହିଛି । ସମସ୍ତ ପ୍ରକାର ଉଦ୍ୟମ ସତ୍ୱେ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରୁଷିଆରେ କରୋନା ସଂଖ୍ୟା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ରୁଷ୍ ସଂସ୍କୃତିମନ୍ତ୍ରୀ ଓଲ୍ଗା ଲ୍ୟୁବିମୋଭା ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଏ ସମ୍ପର୍କରେ ତାଙ୍କ ପ୍ରବକ୍ତା ଆନ୍ନା ଉଷାଚ୍ୟୁଭା ସୂଚନା ଦେଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକତା ନାହିଁ ବୋଲି ଆନ୍ନା କହିଛନ୍ତି । ତେବେ ଓଲ୍ଗାଙ୍କୁ କ୍ୱାରାଣ୍ଟାଇନ୍ରେ ରହିବାକୁ ପଡ଼ିବ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ରୁଷ୍ ପ୍ରଧାନମନ୍ତ୍ରୀ ମିଖାଇଲ୍ ମିଶୁଷ୍ଟିନ୍ ଏବଂ ନିର୍ମାଣମନ୍ତ୍ରୀ ବ୍ଲାଡିମୀର ୟେକୁଶେଭ୍ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା । ପ୍ରଧାନମନ୍ତ୍ରୀ ସୁସ୍ଥ ହେଉଥିବା ସମ୍ପର୍କରେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍ ଇତିମଧ୍ୟରେ ସୂଚନା ଦେଇଛନ୍ତି ।
Comments are closed.