Latest Odisha News

BREAKING NEWS

କୋଭିଡ୧୯ ଯୁଦ୍ଧ ପାଇଁ ଆୟୁର୍ବେଦ ଅସ୍ତ୍ର, ଟ୍ରାଏଲ ଆରମ୍ଭ

ନୂଆଦିଲ୍ଳୀ: କୋଭିଡ୧୯ ଯୁଦ୍ଧରେ ଅସ୍ତ୍ର ସାଜିବ ଆୟୁର୍ବେଦ । ଏହା କରୋନା ସଂକ୍ରମଣ ଓ ନିରାକରଣ ପାଇଁ ଲାଭଦାୟକ ହେବ । ଏଥିପାଇଁ ଆୟୁଷ ମେଡିସିନ ଗୁଡିକର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।

କରୋନା ଯୁଦ୍ଧରେ ଆୟୁର୍ବେଦ ଔଷଧ ବିଶେଷ ଲାଭଦାୟକ ହେବ । ଏଥିପାଇଁ ଅଶ୍ୱଗନ୍ଧା, ଜଷ୍ଟିମଧୁ, ଗୁଡୁଚି ପିପ୍ପଲୀ ଓ ପଲି ହର୍ବାଲ ଫର୍ମେସନର ଆୟୁଷ-୬୪ ଭଳି ଔଷଧର କ୍ଲିନକାଲ ଟ୍ରାଏଲ ଆରମ୍ଭ ହୋଇଛି।

ଆଜି ଭାରତ ପାଇଁ ବଡ଼ ଦିନ। ସ୍ୱାସ୍ଥ୍ୟକର୍ମୀ ଓ ଅତ୍ୟନ୍ତ ସମ୍ବେଦନଶୀଳ କାମ କରୁଥିବା ଲୋକଙ୍କ ଉପରେ ଆୟୁଷ ମେଡିସନର କ୍ଲିନିକାଲ ପରୀକ୍ଷଣ କରାଯାଇଛି । ପରୀକ୍ଷଣକୁ ଆୟୁଷ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମଆର ମିଳିତ ଭାବେ ଅନୁଧ୍ୟାନ କରୁଥିବା ସେ କହିଛନ୍ତି।

ମହାମାରୀ କୋରୋନାକୁ ମାତ ଦେବାକୁ ଭାରତ ମେଡିସନ ତିଆରି ପାଇଁ ଜୋରଦାର ପ୍ରକ୍ରିୟା ଆରମ୍ଭ କରିଛି। କୋରୋନା ଭ୍ୟାକ୍ସିନ୍ ମେଡ଼ିସିନ, ନିରାକରଣ ଏବଂ ପରୀକ୍ଷଣକୁ ନେଇ ଟାସ୍କ ଫୋର୍ସ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କରିଥିଲେ।

୩୦ରୁ ଅଧିକ ଭାରତୀୟ ସଂସ୍ଥା କୋରୋନା ଟିକା ବିକାଶର ବିଭିନ୍ନ ପର‌୍ୟ୍ୟାୟରେ ଥିବାବେଳେ କିଛି ଟିକା ପରୀକ୍ଷା ପର‌୍ୟ୍ୟାୟକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟଳୟ ପକ୍ଷରୁ ଆଲୋଚନା ପରେ କୁହାଯାଇଥିଲା।

Comments are closed.