Latest Odisha News

BREAKING NEWS

ତୃଣମୂଳ କଂଗ୍ରେସ ଏମପି ଅପରୂପା ମାଆ ହେଲେ, ଝିଅର ନାମ ରଖିଲେ କରୋନା

ହୁଗଳି:  ପଶ୍ଚିମବଙ୍ଗ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ଏମ୍‌ପି ଅପରୂପା ପୋଦାର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସବୁଠାରୁ ମଜାର କଥା ସେ ସ୍ନେହରେ ଝିଅର ଡାକ ନାମ କରୋନା ରଖିଛନ୍ତି । ଏମ୍‌ପିଙ୍କ ସ୍ବାମୀ ମହମ୍ମଦ ସକିର ଅଲି କହିଛନ୍ତି, ସେ ତାଙ୍କ ଜନ୍ମିତ କନ୍ୟା ଓ ଅନ୍ୟମାନଙ୍କୁ ଭବିଷ୍ୟତରେ ମନେପକାଇ ଦେବାକୁ ଚାହିଁଛନ୍ତି ଯେ କେଉଁ କଠିନ ପରିସ୍ଥିତିରେ ତାଙ୍କ ଝିଅ ‘କରୋନା’ର ଜନ୍ମ ହୋଇଥିଲା ।

ଅନ୍ୟପଟେ ଅପରୁପା କହିଛନ୍ତି କରୋନା ଏବେ ସାରା ବିଶ୍ୱରେ ତାଣ୍ଡବ ରଚି ଚାଲିଛି ହେଲେ ଏହାକୁ ନ ଡରି ଆମେ ଏହା ସହ ଲଢିବା ଦରକାର । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ହୁଗଳି ଜିଲା ଆରମବାଗ ଆସନରୁ ଏମ୍‌ପି ଥିବା ଅପରୂପା ଗୁରୁବାର ଏକ ଘରୋଇ ନିର୍ସି ହୋମରେ କନ୍ୟା ସନ୍ତାନ ପ୍ରସବ କରିଛନ୍ତି । ଏହା ପୂର୍ବରୁ ତାଙ୍କର ଏକ ୬ ବର୍ଷର ପୁତ୍ର ରହିଛି । ୨୦୦୭ରେ ତାଙ୍କର ବିବାହ ହୋଇଥିଲା।

Leave A Reply

Your email address will not be published.