Latest Odisha News

ବନ୍ଦ ହେବ ମଦ ଦୋକାନ; ଅନଲାଇନ, ହୋମ୍ ଡେଲିଭରି ବିକ୍ରି ଲାଗି ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚେନ୍ନାଇ: ତାମିଲନାଡୁରେ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଲକ୍‌ଡାଉନ ସମୟରେ ରାଜ୍ୟରେ ସମସ୍ତ ମଦଦୋକାନ ବନ୍ଦ କରିବା ସହିତ ହୋମ୍ ଡେଲିଭରି କିମ୍ବା ଅନଲାଇନ୍ ମାଧ୍ୟମରେ ମଦ ବିକ୍ରି ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ସୁପ୍ରିମକୋର୍ଟ ମଧ୍ୟ ମଦ ବିକ୍ରି ନେଇ ହୋମ୍ ଡେଲିଭରି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

କରୋନା ମହାମାରୀ ଯୋଗୁଁ ସାରା ଦେଶରେ ମେ ୧୭ ତାରିଖ ଯାଏ ଲକ୍‌ଡ଼ାଉନ୍ ଅବଧି ରହିଛି ।

ଲକ୍‌ଡାଉନ ୩.୦ରେ କେନ୍ଦ୍ର ସରକାର କଟକଣା କୋହଳ କରିଛନ୍ତି । କଣ୍ଟେନ୍‌ମେଣ୍ଟ୍ ଜୋନ ବ୍ୟତୀତ ଅନ୍ୟ ସ୍ଥାନ ଗୁଡ଼ିକରେ ମଦ ବିକ୍ରିକୁ ଅନୁମତି ପ୍ରଦାନ କରିଥିଲେ କେନ୍ଦ୍ର ସରକାର ।

ତାମିଲନାଡୁରେ ମଦ ଦୋକାନ ଗୁଡ଼ିକ ଖୋଲିଥିଲେ ମଧ୍ୟ ଦୋକାନ ଖୋଲିବା ମାତ୍ରେ ଅହେତୁକ ଭିଡ଼ ସୃଷ୍ଟି ହୋଇଥିଲା । ପରିସ୍ଥିତି ଏପରି ହେଲା ଯେ, ଦୀର୍ଘ କିଲୋମିଟର ଯାଏଁ ଗ୍ରାହକମାନେ ମଦ କିଣିବାକୁ ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଦେଖାଯାଇଥିଲା ।

ଶୁକ୍ରବାର ଦିନ ତାମିଲନାଡୁରେ ୬୦୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ଏକ ରେକର୍ଡ଼ । ଏଥିମଧ୍ୟରୁ ଚେନ୍ନାଇରେ କେବଳ ୩୯୯ ଜଣ ରୋଗୀ ଚିହ୍ନଟ ହୋଇଥିବାର ରିପୋର୍ଟ ମିଳିଛି । ଏଯାଏଁ ଏହି ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୦୯ ରେ ପହଞ୍ଚିଛି ।

Leave A Reply

Your email address will not be published.