Latest Odisha News

ରଥ ଖଳାରେ କରୋନା ସଚେତନତା

ପୁରୀ: ମହାମାରୀ କରୋନା ପାଇଁ ଶୀଜିଉଙ୍କ ରଥ ନିର୍ମାଣ ନେଇ ଲାଗି ରହିଥିବା ଦ୍ୱନ୍ଦ ଦୂର ହୋଇଛି । ରଥ ତିଆରି ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ମିଳିିଛି ଗ୍ରୀନ୍ ସିଗ୍‌ନାଲ । କେନ୍ଦ୍ର ସରକାରଙ୍କଠାରୁ ସର୍ତ୍ତମୂଳକ ଅନୁମତି ମିଳିବା ପରେ ଶୁକ୍ରବାର ଠାରୁ ରଥ ନିର୍ମାଣ କାମ ଚାଲିଛି । ରଥ ନିର୍ମାଣ ବେଳେ ଜାରି ଗାଇଡ୍‌ଲାଇନ୍‌କୁ ପାଳନ କରିବା ଲାଗି ଶନିବାର ରଥ ଖଳାରେ ସେବକମାନଙ୍କୁ ସଚେତନ କରାଯାଇଛି। କାମ ଆରମ୍ଭ କରିବା ପୂର୍ବରୁ ମହାରଣା ସେବକଙ୍କ ସହିତ ରଥ ନିର୍ମାଣରେ ସାମିଲ ଅନ୍ୟ ସେବକଙ୍କୁ କିପରି ମାସ୍କ ପିନ୍ଧିବେ, ଏକାଧିକ ଥର ହାତ ଭଲ ଭାବେ ସଫା କରିବେ ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ସେ ନେଇ ସଚେତନ କରାଯାଇଛି। ଏଡିଏମ୍‌ଓ ଦେବୀ ପ୍ରସାଦ ମହାପାତ୍ର ରଥ ଖଳାରେ ସେବକମାନଙ୍କୁ ସଚେତନ କରିଥିଲେ।

Leave A Reply

Your email address will not be published.