Latest Odisha News

ଆଜି ଗଞ୍ଜାମ ଓ ମୟୁରଭଞ୍ଜରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା

ଭୁବନେଶ୍ୱର: ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୮ ଜଣ କରୋନା ଆକ୍ରାନ୍ତ । ଚିହ୍ନଟ ୫୮ ଜଣଙ୍କ ମଧ୍ୟରୁ ୨୯ ଜଣ ଗଞ୍ଜାମର, ଜଣେ, ମୟୁରଭଞ୍ଜ, ୧୫ ଜଣ ବାଲେଶ୍ଵର ଓ ୧୩ ଜଣ ଅନୁଗୁଳ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଆଜି ମୟୁରଭଞ୍ଜରୁ ଚିହ୍ନଟ ଜଣେ ବ୍ୟକ୍ତି ଓ ଗଞ୍ଜାମରୁ ଚିହ୍ନଟ ସମସ୍ତ ୨୯ ବ୍ୟକ୍ତି ସୁରତ ଫେରନ୍ତା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବାଲେଶ୍ଵରରୁ ଚିହ୍ନଟ ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ୫ ଜଣ କାର୍ଣ୍ଣାଟକ ଫେରନ୍ତା ବୋଲି ସୂଚନା ମିଳିଛି ।

ସେହିପରି ଅନୁଗୁଳରୁ ଚିହ୍ନଟ ୧୩ ବ୍ୟକ୍ତିଙ୍କ ମଧ୍ୟରୁ ୧୧ ଜଣ ସୁରତ ଫେରନ୍ତା, ଜଣେ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଲବ ଅନ୍ୟ ଜଣେ ସ୍ଥାନୀୟ ବ୍ୟକ୍ତି ବୋଲି ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରେ ପହଞ୍ଚିଛି ।

Comments are closed.