Latest Odisha News

BREAKING NEWS

ମାଆଙ୍କ ଲାଗି ଦୁଇପଦ; ଛାତ୍ରଛାତ୍ରୀଙ୍କ ଲାଗି ‘ସୋଆ’ର ଅଭିନବ ପ୍ରୟାସ…

ଭୁବନେଶ୍ୱର: ସାରା ବିଶ୍ୱରେ ଆଜି ମାତୃତ୍ୱ ଦିବସ ପାଳିତ ହେଉଥିବା ବେଳେ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ଼ ବିଶ୍ୱବିଦ୍ୟାଳୟ (ସୋଆ ) ପକ୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ଏକ ଅଭିନବ ପ୍ରୟାସ କରାଯାଇଛି ।

ସନ୍ତାନ ପ୍ରତି ସ୍ନେହ, ଶ୍ରଦ୍ଧା ଓ ବାତ୍ସଲ୍ୟତାରେ ଭରା ମାତୃତ୍ୱ ଭାବନାକୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀମାନଙ୍କଠାରୁ ଦୁଇପଦ ଲେଖା ଆହ୍ୱାନ କରାଯାଉଛି । ଛାତ୍ରଛାତ୍ରୀମାନେ ସେମାନଙ୍କର ଲେଖା ଓ ସେଲଫି ପଠାଇପାରିବେ ।

ସୋଆର ଛାତ୍ରଛାତ୍ରୀ ମାନେ ନିଜ ମାଙ୍କ ଓ ତାଙ୍କ  ସମ୍ପର୍କରେ ଦୁଇପଦ ଲେଖିବା ସହ ମାଙ୍କ ସହ ତାଙ୍କର ଏକ ସେଲଫି ପଠାନ୍ତୁ ।
ମେ ୧୭ ତାରିଖ ସୁଦ୍ଧା publicrelation@soa.ac.in ମେଲ ଆଇଡି ଓ ୯୭୭୬୬୪୫୯୧୮ ମୋବାଇଲ ନମ୍ବରରେ ପଠାଇପାରିବେ ।
ଛାତ୍ରଛାତ୍ରୀ ମାନେ ପଠାଇଥିବା ମେସେଜ ରୁ ୧୦ଟି ଶ୍ରେଷ୍ଠ ମେସେଜ ପ୍ରଦାନକାରୀ ଛାତ୍ରଛାତ୍ରୀଙ୍କୁ ସୋଆ ପକ୍ଷରୁ ପୁରସ୍କୃତ କରାଯିବ।

Comments are closed.