Latest Odisha News

BREAKING NEWS

ବଢ଼ିବ କି ଲକଡାଉନ୍ ‌? କାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ମୋଦୀ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ଅପରାହ୍ନ ୩ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀ ଆଲୋଚନା କରିବେ । ବୈଠକରେ ଦେଶରେ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟଗୁଡିକ ଉପରେ ଫୋକସ ଦିଆଯିବ । ଏଥିସହ ଲକଡାଉନ୍ ବୃଦ୍ଧି ନେଇ ମଧ୍ୟ ଆଲୋଚନା ହେବ ।

ପଂଚମଥର ପାଇଁ ଦେଶର କରୋନା ସ୍ଥିତି ନେଇ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଆସନ୍ତାକାଲି ହେବାକୁ ଥିବା ଏହି ଆଲୋଚନା ଦୀର୍ଘ ସମୟ ଧରି ହେବ ବୋଲି ସୂଚନା ମିଳିଛି ।

ବୈଠକରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ସୁଯୋଗ ମିଳିବ । ଅର୍ଥାତ ନିଜ ନିଜ ରାଜ୍ୟରେ କରୋନା ସ୍ଥିତି କିଭଳି ରହିଛି ଏବଂ ଭୂତାଣୁ ନିୟନ୍ତ୍ରଣ ପାଇଁ ରାଜ୍ୟମାନେ କ’ଣ ପଦକ୍ଷେପ ନେଇଛନ୍ତି ଏବଂ କେନ୍ଦ୍ରର କ’ଣ ସହଯୋଗ ଆବଶ୍ୟକ ତା’ଉପରେ ଆଲୋଚନା ହେବ । ଆସନ୍ତାକାଲିର ବୈଠକରେ ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶ ଭଳି ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟଗୁଡିକୁ ଅଧିକ ଗୁରୁତ୍ୱ ଦିଆଯିବ । ବଢ଼ୁଥିବା ସଂକ୍ରମଣକୁ ଦୃଢ଼ିରେ ରଖି ଓଡ଼ିଶାକୁ ମଧ୍ୟ ମୋଦୀ ଫୋକସ ଦେବେ ବୋଲି କୁହାଯାଉଛି ।

ମେ’ ୧୭ ତାରିଖରେ ଦେଶରେ ଜାରି ରହିଥିବା ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହେଉଛି । ତେବେ ବଢ଼ୁଥିବା ସଂକ୍ରମଣକୁ ଦେଖି କିଛି ରାଜ୍ୟ ଲକଡାଉନ୍ ଅବଧିକୁ ପୁଣି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇପାରନ୍ତି ।

Leave A Reply

Your email address will not be published.