Latest Odisha News

BREAKING NEWS

କରୋନା ପଜିଟିଭ ଚିହ୍ନଟ ହେଲେ ଶିଳ୍ପା ସେଟ୍ଟୀଙ୍କ ପଡୋଶୀ !

ମୁମ୍ବାଇ: କରୋନା ପଜିଟିଭ ଚିହ୍ନଟ ହେଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପଡ଼ୋଶୀ ! କିନ୍ତୁ କାହାଣୀରେ ରହିଛି ଟ୍ଵିଷ୍ଟ ।

ନିଜ ପଡୋଶୀ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାମୀ ରାଜ କୁନ୍ଦ୍ରାକୁ ଫୋନ ଯୋଗେ ଜଣାଉଥିବା ବେଳେ ରାଜଙ୍କ ପ୍ରତିକ୍ରିୟା ସହ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ଶିଳ୍ପା ସେଟ୍ଟୀ ତାଙ୍କ ପଡୋଶୀ ପଜିଟିଭ୍ ଚିହ୍ନଟ ହୋଇଥିବା ତାଙ୍କ ସ୍ୱାମୀଙ୍କୁ ଫୋନରେ ସୂଚନା ଦେଉଛନ୍ତି।

ଶିଳ୍ପା କହୁଛନ୍ତି, “ଶୁଣ, ତୁମେ ଜାଣିଛ ଯେ, ଆମ ପଡ଼ୋଶୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି “। ଏହା ଶୁଣି ରାଜ ନର୍ଭସ ହୋଇ ହାତ ଧୋଇବା ଏବଂ ପାଟି ସଫା କରିବା ପାଇଁ ୱାସରୁମକୁ ଦୌଡ଼ି ପଳାଉଛନ୍ତି ।

ତେବେ ଶିଳ୍ପାଙ୍କ ପଡ଼ୋଶୀ ପଜିଟିଭ୍ ଚିହ୍ନଟ ହୋଇ ନାହାନ୍ତି। ବଲିଉଡର ଚୁଲବୁଲି ନାୟିକା ଶିଳ୍ପାଙ୍କ ପ୍ରଶଂସକଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଏହା କେବଳ ଏକ ମଜାଦାର ଭିଡିଓ ଥିଲା। ଯାହା ଶିଳ୍ପା ନିଜ ପ୍ରଶଂସକଙ୍କୁ ହସାଇବା ପାଇଁ ସୋସିଆଲ ମିଡିଆରେ ସେୟାର କରିଥିବା କହିଛନ୍ତି ।

Comments are closed.