ନାଇରୋବି: କରୋନା ଭାଇରସ ବିଳମ୍ବରେ ଆଫ୍ରିକାରେ ପହଂଚିଥିଲା । ସେଠାରେ ଏବେ ଏହି ମହାମାରୀରୁ ମୁକୁଳିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ପଶ୍ଚିମ ଆଫ୍ରିକାର ପିଲାମାନଙ୍କୁ କରୋନା ଭାଇରସ ଶୈଳୀରେ ହେୟାର ଷ୍ଟାଇଲ କରାଯାଉଛି । ଏହା ଲୋକପ୍ରିୟ ହେବା ସହିତ ସଚେତନତାର ବାର୍ତା ମଧ୍ୟ ପହଂଚାଇବାରେ ସଫଳ ହେଉଛି । କରୋନା ଭାଇରସ ଯେପରି ଦେଖାଯାଉଛି ସେ ଭଳି ଶୈଳୀରେ ଏହି ଷ୍ଟାଇଲ କରାଯାଉଛି । ସେଠାକାର ବିଭିନ୍ନ ସେଲୁନରେ ପିଲାମାନଙ୍କ ଲମ୍ବା ଲାଇନ ଏଥିନେଇ ଦେଖିବାକୁ ମିଳୁଛି । ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷରେ ପହଂଚିଲାଣି । ଆଫ୍ରିକାର ଅଧିକାଂଶ ଦେଶ ଆର୍ଥୀକ ଦୃଷ୍ଟିକୋଣରୁ ଦୁର୍ବଳ । ଏ ପର୍ଯ୍ୟନ୍ତ ଏହାର ଭ୍ୟାକ୍ସିନ ବାହାରି ନ ଥିବରୁ ସତର୍କତା ହିଁ ବଂଚିବାର ଏକମାତ୍ର ରାସ୍ତା ।
BREAKING NEWS
- ପୁଞ୍ଚ୍ ଆତଙ୍କୀ ହମଲା; ସାମ୍ନାକୁ ଆସିଲା ୩ ଆତଙ୍କବାଦୀଙ୍କ ଫଟୋ ଓ ପରିଚୟ
- ସତ କୁହନ୍ତି ବୋଲି ଅସୁବିଧାର ସାମ୍ନା କରନ୍ତି ରାହୁଲ- ପ୍ରିୟଙ୍କା
- ଛୁଟିରେ ଯିବା ପଡିଲା ମହଙ୍ଗା: ଛୁଟିରେ ଥିବା ୨୫ କ୍ରିଉ ମେମ୍ବରଙ୍କୁ ଚାକିରିରୁ ବିଦା କଲା ଏୟାରଇଣ୍ଡିଆ ଏକ୍ସପ୍ରେସ୍
- ବିବାହିତ ମୁସଲିମ ବ୍ୟକ୍ତି’ଲିଭ୍-ଇନ୍ ରିଲେଶନ’ରେ ରହିବାକୁ ଦାବି କରିପାରିବେ ନାହିଁ: କୋର୍ଟ
- ଚମ୍ପଟ ରୋଗୀର ମୃତଦେହ ଉଦ୍ଧାର
- ନିର୍ବାଚନୀ ପ୍ରଚାର ପାଇଁ ଆଜି କନ୍ଧମାଳ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- ଖେଳ ପଡିଆରୁ ବାପା, ମା ଓ ଝିଅର ମୃତ ଦେହ ଠାବ
- ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ
- ପ୍ଲେ-ଅଫରେ ମୁମ୍ବାଇ ଇଣ୍ଡିଆନ୍ସ ସ୍ଥାନ ପାଇବାର ଆଶା ଧୂଳିସାତ
- ଲକ୍ଷ୍ନୌର ମୁଣ୍ଡ ବିନ୍ଧାଇଲେ ହେଡ-ଅଭିଷେକ, ୬୨ ବଲ ବାକିଥାଇ ମ୍ୟାଚ ଜିତାଇଲେ