ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ସାରାଦେଶରେ ତାଲାବନ୍ଦ । ଏଥିରେ ହତାଶ ହୋଇ ସୋମବାର କିଛି ପ୍ରବାସୀ ଶ୍ରମିକ ମୁମ୍ବାଇରୁ ଚାଲିଚାଲି ନୁଆପଡା ଜିଲ୍ଲାର ଖରିଆର ରୋଡରେ ପହଞ୍ଚିଛନ୍ତି ।
ଖରିଆରରେ ପହଞ୍ଚିବା ପରେ ତୁରନ୍ତ ସେମାନଙ୍କ ବିଶ୍ରାମ ଏବଂ ଖାଦ୍ୟ ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଥିଲେ। ପରେ, ସେମାନଙ୍କୁ ସରକାରୀ ପ୍ରୋଟୋକଲ୍ ଅନୁଯାୟୀ କ୍ଵରେଣ୍ଟାଇନ ସେଣ୍ଟରକୁ ପଠାଯାଇଥିଲା ।
ଏହାପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ସାଇକେଲ, ମୋଟରସାଇକେଲ ଏବଂ ରେଲୱେ ଟ୍ରାକରେ ଚାଲିଚାଲି ପ୍ରବାସୀ ମାନେ ଘରକୁ ଫେରିବା ଭଳି ଘଟଣା ସାମ୍ନାକୁ ଆସିଛି। ନୁଆପଡା ହେଉଛି ଓଡିଶାର ଅନ୍ୟତମ ପଛୁଆ ଜିଲ୍ଲା ଯେଉଁଠାରୁ ପ୍ରତିବର୍ଷ ବହୁ ସଂଖ୍ୟାରେ ଗରିବ ଲୋକ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଇଥାନ୍ତି।
Comments are closed.