Latest Odisha News

BREAKING NEWS

ବିଶାଖାପାଟଣାରୁ ବୋଟ୍ ଯୋଗେ ଚନ୍ଦ୍ରଭାଗାରେ ପହଞ୍ଚିଲେ ୧୬ ମତ୍ସ୍ୟଜୀବି

ପୁରୀ: ମଙ୍ଗଳବାର ସକାଳେ ବିଶାଖାପାଟଣାରୁ ଏକ ଛୋଟ ମୋଟର ବୋଟ ଯୋଗେ ଓଡ଼ିଶାର ୧୬ ଜଣ ମତ୍ସ୍ୟଜୀବି ପୁରୀ ଚନ୍ଦ୍ରଭଗା ବେଳାଭୂମିରେ ପହଞ୍ଚିଛନ୍ତି।

ସୂଚନା ପାଇବା ପରେ ସ୍ଥାନୀୟ ତହସିଲଦାର ଏବଂ ମେରାଇନ୍ ପୋଲିସ୍ ଟିମ୍ ସମୁଦ୍ର କୂଳକୁ ଯାଇ ମତ୍ସ୍ୟଜୀବୀଙ୍କୁ କୋଣାର୍କ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥିତ କ୍ୱାରେଣ୍ଟାଇନ କେନ୍ଦ୍ରକୁ ନେଇଛି।

ସ୍ଥାନୀୟ ତହସିଲଦାର ଦେଇଥିବା ସୁଚନା ଅନୁଯାୟୀ, ମତ୍ସ୍ୟଜୀବିମାନେ ୨୧ ଦିନ ସେଣ୍ଟରରେ ରହିବେ ଏବଂ ସେମାନଙ୍କର ସ୍ବାବ୍ ପରୀକ୍ଷା ପାଇଁ ପଠାଯିବ ।

ସେ ସୂଚନା ଦେଇଛନ୍ତି ଯେ ୧୬ ଜଣ ମତ୍ସ୍ୟଜୀବିଙ୍କ ମଧ୍ୟରୁ ପାଞ୍ଚ ଜଣ ପୁରୀର ପେଣ୍ଟାକାଟା ଏବଂ ୧୧ ଜଣ ଚନ୍ଦ୍ରଭାଗାର ନୋଳିଆ ସାହିର ବାସିନ୍ଦା।

ଗଣମାଧ୍ୟମକୁ ମତ୍ସ୍ୟଜୀବୀମାନେ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଗଭୀର ସମୁଦ୍ରରେ ମାଛ ଧରିବାକୁ ଯିବା ପରେ ସେମାନେ ବିଶାଖାପାଟଣାରେ ଅଟକି ଯାଇଥିଲେ। କିନ୍ତୁ ଲକଡାଉନ ଯୋଗୁଁ ସେମାନେ ଓଡିଶା ଫେରିପାରିଲେ ନାହିଁ ।

ଆହୁରି ମଧ୍ୟ ସେମାନେ କହିଛନ୍ତି ଯେ, “ହୋଟେଲ ଏବଂ ରାସ୍ତା କଡ଼ରେ ଥିବା ରେଷ୍ଟୁରାଣ୍ଟ ବନ୍ଦ ହେତୁ ବଞ୍ଚିବା ଆମ ପାଇଁ କଷ୍ଟସାଧ୍ୟ ହୋଇପଡିଥିଲା । ତେଣୁ ଯେମିତି ବି ହେଉ ଆମେ ଫେରିବାକୁ ସ୍ଥିର କଲୁ। ଆମେ ଏକ ଛୋଟ ମୋଟରବୋଟ କିଣି ରବିବାର ଦିନ ଯାତ୍ରା ଆରମ୍ଭ କଲୁ । ୫୨୦ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ଆଜି ସକାଳେ ଏଠାରେ ପହଞ୍ଚିଲୁ । ଖୁସିର କଥା, ପାଗ ସ୍ୱଚ୍ଛ ଥିବାରୁ ଏହା ଆମ ପାଇଁ ଏକ ସୁରକ୍ଷିତ ଯାତ୍ରା ଥିଲା” ବୋଲି ଜଣେ ମତ୍ସ୍ୟଜୀବି ମାନେ କହିଛନ୍ତି।

ସେମାନେ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ ଏବଂ ସେମାନଙ୍କର ସ୍ବାବ୍ ପରୀକ୍ଷା ପାଇଁ ପଠାଯିବ ।

Comments are closed.