Latest Odisha News

BREAKING NEWS

ବକେୟା ଦରମା ନେଇ ଟୋଲପ୍ଲାଜାରେ ଉତ୍ତେଜନା; ମ୍ୟାନେଜରଙ୍କୁ ତାଲା ପକାଇଲେ ସୁରକ୍ଷାକର୍ମୀ

ଯାଜପୁର: ୧୬ନଂ ଜାତୀୟ ରାଜପଥର ଯାଜପୁର ଜିଲ୍ଲା ପାଣିକୋଇଲି ଟୋଲ ପ୍ଲାଜାରେ କାର୍ଯ୍ଯରତ ସୁରକ୍ଷା କର୍ମୀଙ୍କୁ ଦରମା ପ୍ରଦାନରେ ଅହେତୁକ ବିଳମ୍ବ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

ଉତ୍ତ୍ୟକ୍ତ ସୁରକ୍ଷା କର୍ମଚାରୀ ମାନେ ଟୋଲ ପ୍ଲାଜାର ମ୍ୟାନେଜରଙ୍କୁ ତାଲା ପକାଇ ଅଟକ ରଖିଥିବା ଜଣାପଡିଛି ।

ସାରା ଦେଶରେ ଲକଡାଉନ କଟକଣା ଜାରି ରହିଥିବା ବେଳେ ଟୋଲପ୍ଲାଜା କର୍ତ୍ତୃପକ୍ଷ ସେଠାରେ କାର୍ଯ୍ୟରତ ୬୦ ଜଣ ସୁରକ୍ଷା କର୍ମୀଙ୍କୁ ଦେଢ ମାସ ହେବ ଦରମା ଦେଇନାହାନ୍ତି। ଫଳରେ କର୍ମଚାରୀ ମାନେ ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦର୍ଶାଇଛନ୍ତି ।

ତେଣୁ ଅବିଳମ୍ବେ ବକେୟା ଦରମା ପଇଠ ନକଲେ କାମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ସୁରକ୍ଷାକର୍ମୀ ।

ଖବର ପାଇ ପାଣିକୋଇଲି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଟୋଲପ୍ଲାଜା କର୍ତୃପକ୍ଷ ଓ ସୁରକ୍ଷା କର୍ମଚାରୀ ମାନଙ୍କ ସହ ଆଲୋଚନା ଜାରି ରଖିଛି ।

Leave A Reply

Your email address will not be published.