Latest Odisha News

BREAKING NEWS

ରିଙ୍ଗକୁ ଫେରିବେ ମାଇକ ଟାଇସନ

ନୂଆଦିଲ୍ଲୀ: ବକ୍ସିଂ ଦୁନିଆର ବେତାଜ ବାଦଶାହା ଭାବେ ପରିଗଣିତ ମାଇକ ଟାଇସନ ୧୫ ବର୍ଷ ପରେ ରିଙ୍ଗକୁ ଫେରୁଛନ୍ତି । ୮୦ ଦଶକରେ ବକ୍ସିଂ ଦୁନିଆରେ ରାଜୁତି କରୁଥିବା ଟାଇସନ ଏଥିର କିନ୍ତୁ ଚ୍ୟାରିଟି ସଂସ୍ଥା ପାଇଁ ଅର୍ଥ ଯୋଗାଡ କରିବା ଉଦ୍ଦେଶ୍ୟରେ ରିଙ୍ଗକୁ ଫେରିବେ । ଏ ନେଇ ଟାଇସନ ସୋସିଆଲ ସାଇଟରେ ଉଲ୍ଲେଖ କରିଛନ୍ତି । ସଂଗୃହୀତ ହୋଇଥିବା ଅର୍ଥକୁ ଗରିବ ଲୋକଙ୍କ ପାଇଁ ଘର ନିର୍ମାଣରେ ଖର୍ଚ୍ଚ କରାଯିବ ।

୨୦୦୫ରେ ସେ ତାଙ୍କ ଶେଷ ମୁକାବିଲାରେ କେଭିନ ମ୍ୟାକବ୍ରାଇଡଙ୍କଠାରୁ ହାରିଥିଲେ । ଏହା ପରେ ଅବସର ଘୋଷଣା କରିଥିଲେ । ଟାଇସନ ୫୦ ଫାଇଟରୁ ୪୪ରେ ବିଜୟ ହାସଲ କରିଛନ୍ତି । ୧୯୮୬ରେ ସେ ବିଶ୍ୱର ଯୁବ ହେଭିୱେଟ ଚାମ୍ପିୟନ ହୋଇଥିଲେ ।

Leave A Reply

Your email address will not be published.