ଭୁବନେଶ୍ୱର: ଦେଶବ୍ୟାପୀ କରୋନା ର ବିକ୍ଷୁବ୍ଧ ପରିସ୍ଥିତି ମଧ୍ୟରେ କିଟରେ ଆମାଜନ କମ୍ପାନୀ ସର୍ବାଧିକ ୩୦ଲକ୍ଷର ପ୍ଲେସମେଣ୍ଟ୍ ପ୍ୟାକେଜ ଦେଇ ଏକ ରେକର୍ଡ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆମାଜନ୍, ଆସେନଚର୍, କାପ୍ଗେମିନି, ଓିପ୍ରୋ ଓ କଗ୍ନିଜେଣ୍ଟ ଭଳି ମୋଟ ୧୫୦ କମ୍ପାନୀ ଚଳିତବର୍ଷ ଟ୍ୟାକନଲୋଜି ସ୍କୁଲରେ ଆୟୋଜିତ ପ୍ଲେସମେଣ୍ଟ୍ ଡ୍ରାଇଭରେ ଭାଗ ନେଇଛନ୍ତି ।
ଅଧିକ ପଢନ୍ତୁ: କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଉଦ୍ବୋଧନ ଦେବେ ସୁପର୍ ୩୦ ର ଶିକ୍ଷକ ଆନନ୍ଦ କୁମାର
ବିଗତବର୍ଷ ଠାରୁ ଅଧିକ ହାରରେ, ଚଳିତ ବର୍ଷ ପ୍ରାୟ ୯୦ ଶତକଡା ଛାତ୍ରଛାତ୍ରୀ ଚାକିରି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ଏକ ରେକର୍ଡ ସୃଷ୍ଟି କରିଛନ୍ତି ।
ଅଭୁତପୂର୍ବ ସଫଳତା ଭାବେ ପ୍ରାୟ ୨୭ ଶତକଡା ଛାତ୍ରଛାତ୍ରୀ ବାର୍ଷିକ ୧୦ ଲକ୍ଷ ଦରମା ରେ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ ରେ ଯୋଗ ଦେବାର ସୁଯୋଗ ପାଇଥିବା ବେଳେ ପ୍ଲେସମେଣ୍ଟ୍ ର ପ୍ରଥମ ଦିନରେ ଆସେନଚର୍, କାପ୍ଗେମିନି, ଓିପ୍ରୋ ଓ କଗ୍ନିଜେଣ୍ଟ ଭଳି କମ୍ପାନୀ ପ୍ରାୟ ୧୭୧୪ ଚାକିରୀ ସୁଯୋଗ ଦେଇଛନ୍ତି । କର୍ପୋରେଟ ବିଶେଷଜ୍ଞ ଙ୍କ ମତ୍ତରେ ମାର୍କେଟ ର ଏହି କ୍ଷୀଣ ପରିସ୍ଥିତି ମଧ୍ୟରେ କିଟ୍ ର ପ୍ରଥମ ଦୁଇ ଦିନର ପ୍ରଦର୍ଶନ ଅତି ଉତ୍କୃଷ୍ଟ ମାନ ର ରହିଛି ।
ଇଂଜିନିୟରିଂ ପ୍ଲେସମେଣ୍ଟ୍ ବ୍ୟତୀତ କିଟ୍ ର ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ସ୍କୁଲ ଅଫ୍ ବାୟୋ ଟେକ୍ନୋଲଜି, ସ୍କୁଲ ଅଫ୍ ଲ, ସ୍କୁଲ ଅଫ୍ କମ୍ପ୍ୟୁଟର ଆପ୍ଲିକେସନ, ସ୍କୁଲ ଅଫ୍ ରୁରାଲ ମ୍ୟାନେଜମେଣ୍ଟ ମଧ୍ୟ ପ୍ଲେସମେଣ୍ଟ୍ ଡ୍ରାଇଭରେ ଭଲ ପ୍ରଦର୍ଶନ କରିଛନ୍ତି ।
ନ୍ୟାକ ଏ ଗ୍ରେଡ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ ଭାବେ କିଟ୍ ରେ ଅନେକ ଉଦ୍ୟୋଗୀକ ଶିକ୍ଷାପ୍ରଦାନ ର ବ୍ୟବସ୍ଥା ରହିଅଛି ଯାହା ଛାତ୍ରଛାତ୍ରୀଙ୍କୁ ଅଗ୍ରଣୀ କୌଶଳ ତଥା ରୋଜଗାର ଦେବାରେ ବିଶେଷ ଭୂମିକା ଗ୍ରହଣ କରିପାରିଅଛି । କିଟ୍ ବିଶ୍ୱବିଦ୍ୟାଳୟର ଅନେକ ଔଦ୍ୟୋଗିକୀ ଟାଇ-ଅପ୍ ରହିଛି ଯାହା ଛାତ୍ରଛାତ୍ରୀଙ୍କୁ କୌଶଳ ବିକାଶ ଦିଗରେ କାର୍ୟ୍ୟ କରୁଛନ୍ତି ।
Comments are closed.