ଗଞ୍ଜାମ: ସୁରଟରୁ ପ୍ରାୟ ୪,୬୬୪ ଓଡିଆ ପ୍ରବାସୀ ଶ୍ରମିକଙ୍କୁ ନେଇ ୩ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ରେଳ ଷ୍ଟେସନରେ ପହଞ୍ଚିଛି ବୋଲି ଆଧିକାରୀକ ସୁତ୍ରରୁ ପ୍ରକାଶ।
ମିଳିଥିବା ସୂଚନା ଅନୁସାରେ, ରେଳ ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ନେବା ପାଇଁ ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା କରାଯାଇଛି।
ପ୍ରଥମ ଶ୍ରମିକ୍ ସ୍ୱତନ୍ତ୍ର ଟ୍ରେନ୍ ୧,୭୪୨ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସିଥିବା ବେଳେ ସେଥିମଧ୍ୟରୁ ଗଞ୍ଜାମରେ ୧,୭୦୦ ଜଣ ଓ ଆଉ ୪୨ ଜଣ ବାଲେଶ୍ବର, ଭଦ୍ରକ, କଟକ, ଯାଜପୁର ଏବଂ ଖୋର୍ଦ୍ଧା, ନୟାଗଡ଼, ପୁରୀ ଏବଂ ସମ୍ବଲପୁର ଜିଲ୍ଲା ଅଭିମୁଖେ ଯାତ୍ରା କରିଥିଲେ।
ଦ୍ୱିତୀୟ ଟ୍ରେନରେ ୧,୧୯୯ ପ୍ରବାସୀ ଶ୍ରମିକ ଆସିଛନ୍ତି। ଫେରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଗଞ୍ଜାମ (୭୯୬), ଗଜପତି (୬୨), କନ୍ଧମାଳ (୨୪), କଳାହାଣ୍ଡି ( ୧୦୪), କୋରାପୁଟ (୧୭), ମାଲକାନଗିରି (୩୮), ନବରଙ୍ଗପୁର (୨୭), ରାୟଗଡା ( ୯୭) ଏବଂ ସୁନ୍ଦରଗଡ(୧୧) ଜଣ ରହିଛନ୍ତି।
ସେହିପରି ତୃତୀୟ ଟ୍ରେନରେ ୧,୭୨୩ ଜଣ ପ୍ରବାସୀ ଆସିଥିବା ବେଳେ ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୧,୬୭୦ ଜଣ ଏବଂ ବାକିମାନେ ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କେନ୍ଦ୍ରାପଡା ଏବଂ ନୟାଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି।
Comments are closed.