କଟକ: ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ବାଙ୍କୀ ବ୍ଲକ କାଳିପୋଇ ସରପଂଚ । ବାହାର ରାଜ୍ୟରୁ ଲୁଚି ଆସି କ୍ୱାରେଂଟାଇନ୍ରେ ପ୍ରବାସୀ ରହୁନାହାନ୍ତି । ସେମାନେ ଗାଁ ଭିତରେ ବୁଲୁଛନ୍ତି । ଏହାକୁ ଦେଖି ପୋଲିସ ସହାୟତାରେ ବାହାର ରାଜ୍ୟ ଫେରନ୍ତାଙ୍କୁ ଉଦ୍ଧାର କରି କ୍ୱାରେଂଟିନ୍ ସେଂଟରକୁ ଫଠାଇଛନ୍ତି ସରପଂଚ । ଏଥିସହ ଉଆସପଲ୍ଲୀ ଗାଁକୁ ୪୮ ଘଂଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ।
ଉଆସପଲ୍ଲୀ ଗାଁର କିଛି ଯୁବକ ପଶ୍ଚିମବଙ୍ଗରୁ ଫେରି ଲୁଚା ଛପାରେ ଗାଁକୁ ଯାଇ ପରିବାର ଲୋକଙ୍କ ସହ ରହିଥିଲେ। ଏନେଇ ଗାଁ ଲୋକଙ୍କ ଠାରୁ ଖବର ପାଇବାପରେ କାଳିପୋଇ ସରପଞ୍ଚ ପୋଲିସ ସହାୟତାରେ ସେମାନଙ୍କୁ ପଞ୍ଚାୟତର କ୍ୱାରେଣ୍ଟିନକୁ ନେଇଛନ୍ତି । ସେମାନଙ୍କ ସ୍ୱାବ ପରୀକ୍ଷା ଲାଗି ପଠାଇଛନ୍ତି । ଏଥିସହ ସରପଞ୍ଚ ଗାଁକୁ ସଟଡାଉନ ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ସେହି ଯୁବକଙ୍କ ପରିବାର ଲୋକଙ୍କୁ ପଚରା ଉଚରା ଚଳାଇଛି ।
Comments are closed.