Latest Odisha News

ସୋନିଆଙ୍କୁ ହାତ ଯୋଡିଲେ ସୀତାରମଣ, କହିଲେ, ଶ୍ରମିକଙ୍କୁ ନେଇ ରାଜନୀତି କରନ୍ତୁନି

ନୂଆଦିଲ୍ଲୀ: କରୋନା ସଂକଟ ଦେଇ ଏବେ ଦେଶ ଗତି କରୁଛି । ଶହ ଶହ ହଜାର ହଜାର କିଲୋମିଟର ଚାଲି ଚାଲି ନିଜ ନିଜ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ତେବେ ନିଜ ରାଜ୍ୟକୁ ଫେରିବା ପୂର୍ବରୁ ଏମାନଙ୍କୁ ଦୁର୍ଦ୍ଧଶା ବଢ଼ି ଯାଉଛି । ପ୍ରତିଦିନ ପ୍ରବାସୀ ଶ୍ରମିକଙ୍କ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସୁଛି । ଏହାରି ଭିତରେ ପ୍ରବସୀ ଶ୍ରମିକଙ୍କୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିବା ସହ ସୋନିଆ ଗାନ୍ଧୀଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି । ସେ କହିଛିନ୍ତି, ରାହୁଲ ସବୁବେଳେ ଡ୍ରାମେବାଜ କୁହନ୍ତୁ, କିନ୍ତୁ ସେ ଏବେ ଡ୍ରାମା କରୁଛନ୍ତି । ଶ୍ରମିକଙ୍କ ସହ ବସି ସେମାନଙ୍କ ସମୟ ବର୍ବାଦ କରିବା ଅପେକ୍ଷା ସେମାନଙ୍କୁ ସାହାଯ୍ୟ କରନ୍ତୁ । ପ୍ରବାସୀ ଶ୍ରମିକଙ୍କୁ ଟ୍ରେନ୍‌ରେ ତାଙ୍କ ଘରକୁ ପଠାନ୍ତୁ ।

ସେ ଆହୁରି କହିଛନ୍ତି ଯେ, ପ୍ରବାସୀ ଶ୍ରମିକ ପ୍ରସଙ୍ଗରେ ସମସ୍ତେ ମିଳିମିଶି କାମ କରିବାକୁ ହେବ । ମୁଁ ସୋନିଆ ଗାନ୍ଧୀଙ୍କୁ ହାତ ଯୋଡି ଅପିଲ୍ କରୁଛି ଯେ, ଏହି ପ୍ରସଙ୍ଗରେ ରାଜନୀତି କରନ୍ତୁ ନାହିଁ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ରିଲିଫ ପ୍ୟାକେଜ୍‌ର ଘୋଷଣା କରି ଚାଲି ଚାଲି ଘରକୁ ଫେରୁଥିବା ଶ୍ରମିକଙ୍କ ପ୍ରସଙ୍ଗରେ ବିରୋଧୀଙ୍କୁ ଆଜି ଘେରିଛନ୍ତି।

ନିର୍ମଳା ଆରୋପ ଲଗାଇଛନ୍ତି ଯେ, କଂଗ୍ରେସ ଶାସିତ ଏବଂ ଯେଉଁ ରାଜ୍ୟରେ ସେମାନଙ୍କର ସହଯୋଗୀଙ୍କ ସରକାର ରହିଛି, ସେଠି ଟ୍ରେନ୍ କେବେ ଦରକାର କୁହାଯାଉ ନାହିଁ। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଶାସିତ ରାଜ୍ୟକୁ ନିର୍ଦ୍ଦେଶ ଦେବା ଉଚିତ୍ ଯେ, ସେମାନେ ଆହୁରି ଟ୍ରେନ୍ ମଗାନ୍ତୁ। ପ୍ରବାସୀ ଶ୍ରମିକଙ୍କୁ ଟ୍ରେନ୍‌ରେ ତାଙ୍କ ଘରକୁ ପଠାନ୍ତୁ ।

Comments are closed.