Latest Odisha News

BREAKING NEWS

ପୂର୍ବତନ ଇଂଜିନିୟର ବିଶ୍ବନାଥ ପାଢ଼ୀଙ୍କ ଦେହାନ୍ତ

ଭୁବନେଶ୍ୱର: ଅବସରପ୍ରାପ୍ତ ଇଂଜିନିୟର ବିଶ୍ୱନାଥ ପାଢ଼ୀଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଗତ ମେ ୧୪ ତାରିଖରେ ବିୟୋଗ ଘଟିଛି।

ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ତାଙ୍କର ମୃତ୍ୟଶଯ୍ୟା ପାଖରେ ତାଙ୍କର ୪ ପୁତ୍ର ମଧ୍ୟରୁ ୩ ପୁତ୍ର, ୩ ପୁତ୍ରବଧୂ, ଝିଅ, ଜ୍ୱାଇଁ, ନାତି, ନାତୁଣୀମାନେ ଉପସ୍ଥିତ ଥିଲେ ।

ମିଳିଥିବା ସୂଚନା ଅନୁସାରେ, ସେ ସ୍ଥାନୀୟ ଆଇ.ଆର.ସି ଭିଲେଜର ବାସିନ୍ଦା ଥିଲା ବେଳେ ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାର ଠାରେ ସମ୍ପନ୍ନ ହୋଇଅଛି ।

ତାଙ୍କର ଦ୍ୱତୀୟ ପୁତ୍ର ସୌବିନ୍ଦ୍ର କୁମାର ପାଢ଼ୀ (ସୋଆ ବିଶ୍ୱବିଦ୍ୟାଳୟରେ ଯୋଜନା ଏବଂ ପ୍ରଶାସନ ନିର୍ଦ୍ଦେଶକ ଭାବେ କାର‌୍ୟ୍ୟରତ) ମୁଖାଗ୍ନି ଦେଇଥିଲେ ।

ସ୍ୱର୍ଗତ ପାଢ଼ୀ ତାଙ୍କର ୩୫ ବର୍ଷ ଚାକିରିକାଳ ମଧ୍ୟରେ ବିଭିନ୍ନ ଜାତୀୟ ରାଜପଥର ସର୍ବାଙ୍ଗିନ ଉନ୍ନତି ନିମନ୍ତେ ଚେଷ୍ଟିତ ଥିଲେ । ସେ ଜଣେ ସମାଜସେବୀ ହେବା ସଙ୍ଗେସଙ୍ଗେ ଆଇ.ଆର.ସି ଭିଲେଜର ସ୍ପପ୍ନେଶ୍ୱର ସାଂସ୍କୃତିକ ପରିଷଦର ଜଣେ ସକ୍ରିୟ ସଭ୍ୟ ଥିଲେ।

ସରକାରୀ ଚାକିରିରୁ ଅବସର ନେଲା ପରେ ଦୀର୍ଘ ଦୁଇ ଦଶନ୍ଧି ଧରି ଶ୍ରୀ ପାଢ଼ୀ ଓଡିଶାର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ସୋଆ ବିଶ୍ୱବିଦ୍ୟାଳୟର ବିଭିନ୍ନ ଛୋଟ ବଡ ନିର୍ମାଣ କାର୍ଯ୍ୟରେ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ ।

Comments are closed.