Latest Odisha News

BREAKING NEWS

ଆଉ ନୂଆ ୭୪ ପଜିଟିଭ ସହ ରାଜ୍ୟରେ ୧୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ବିଜୁଳି ଗତିରେ ମାଡି ଚାଲିଛି କରୋନା । ଚାହୁଁ ଚାହୁଁ ଏହି ଭୂତାଣୁ ରାଜ୍ୟର ୨୪ ଟି ଜିଲ୍ଲାରେ ନିଜ କାୟା ବିସ୍ତାର କରି ସାରିଲାଣି । ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୭୪ ନୂଆ ପଜିଟିଭ ।

ଆଜି ଏକ ନୂଆ ଜିଲ୍ଲା ମାଲକାନଗିରିରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ବୌଦ୍ଧରୁ ୨୮ ଜଣ, ପୁରୀରୁ ୧୧ ଜଣ, କଟକରୁ ୯ ଜଣ, ଖୋର୍ଦ୍ଧାରୁ ୭ ଜଣ, ଗଞ୍ଜାମରୁ ୬ ଜଣ, ଯାଜପୁରରୁ ୬ ଜଣ, କେନ୍ଦ୍ରାପଡାରୁ ୨ ଜଣ, ମାଲକାନଗିରିରୁ ୨ ଜଣ, ବାଲେଶ୍ଵରର, ଢେଙ୍କାନାଳ ଓ କନ୍ଧମାଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Comments are closed.