Latest Odisha News

BREAKING NEWS

ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେଲା ବାତ୍ୟା ‘ଅମ୍ଫାନ’

ଭୁବନେଶ୍ୱର: ଧୀରେ ଧୀରେ ଓଡ଼ିଶା ଛାଡି ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେଉଛି ବାତ୍ୟା ଅମ୍ଫନ । ଏବେ ଦୀଘାଠାରୁ ଏହା ମାତ୍ର ୯୫ କିଲୋମିଟର ଦୂରରେ ରହିଛି । ଏନେଇ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି ।

ଆଜି ଅପରାହ୍ଣ ୪ଟାରୁ ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାୟ ୧ଘଣ୍ଟାରୁ ୨ ଘଣ୍ଟା ଯାଏଁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାକୁ ୧୬୫ରୁ ୧୮୫କିମି ପବନ ବହିବ । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିଥିବା ବେଳେ ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକରେ ସନ୍ଧ୍ୟା ଯାଏଁ ଜୋରରେ ପବନ ବହିବ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି ।

ସାମୁଦ୍ରିକ ଝଡ ଅମ୍ଫାନ କାରଣରୁ ସମୁଦ୍ର ଅଶାନ୍ତ ହୋଇଉଠିଛି । ଏହି କାରଣରୁ ଦୀଘାରେ କ୍ରମାଗତ ଭାବେ ସମୁଦ୍ରରେ ଉଚ୍ଚା ଉଚ୍ଚା ଲହଡି ଆସୁଛି। ସମୁଦ୍ରର ଏପରି ଅଶାନ୍ତ ରୂପକୁ ଦେଖି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଲୋକଙ୍କୁ ଉପକୂଳ ଅଂଚଳକୁ ନଯିବାକୁ ବାରଣ କରିଛନ୍ତି। ମାଇକ ଯୋଗେ ପ୍ରଚାର କରି ସମୁଦ୍ରକୂଳିଆ ଲୋକଙ୍କୁ ଜିଲ୍ଲା ପ୍ରଶାସନ ସତର୍କ କରାଉଛି ।

Leave A Reply

Your email address will not be published.