Latest Odisha News

BREAKING NEWS

କଟକରେ ‘ଅମ୍ଫାନ’ର ପ୍ରଭାବ, ଉପୁଡି ପଡିଛି ବଡ ବଡ ଗଛ

କଟକ: ସାମୁଦ୍ରିକ ଝଡ ତଥା ମହାବାତ୍ୟା ‘ଅମ୍ଫାନ’ ପ୍ରଭାବ ପୁରା ଉତ୍ତର ଓଡ଼ିଶାରେ ପଡିଛି । ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ସାଙ୍ଗକୁ ପବନ ଲାଗି ରହିଛି । ଫଳରେ ଅଧିକ ପବନ ବହିବା ଯୋଗୁଁ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । କଟକ ସହରରେ ମଧ୍ୟ ବାତ୍ୟା ଅମ୍ଫାନର ପ୍ରଭାବ ପଡିଛି । ଏଠାରେ ବର୍ଷା ଓ ଜୋର୍‌ରେ ପବନ ଯୋଗୁଁ ବିଭିନ୍ନ ବଡ ବଡ ଗଛ ଉପୁଡି ପଡିଛି । ଫଳରେ ରାସ୍ତାରେ ଅବରୋଧ ହୋଇଛି । ଓଡ୍ରାଫ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ତୁରନ୍ତ ଉପୁଡି ପଡିଥିବା ଗଛକୁ କାଟି ରାସ୍ତାରୁ ସଫା କରିଛନ୍ତି ।

Leave A Reply

Your email address will not be published.