Latest Odisha News

BREAKING NEWS

ସ୍ୱାମୀଙ୍କ ଆୟୁ ବୃଦ୍ଧିର ବ୍ରତ; ସାବିତ୍ରୀ ଅମାବାସ୍ୟା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବସ୍ୟା । ଜ୍ୟେଷ୍ଠ ମାସ ଅମାବାସ୍ୟାରେ ପାଳିତ ହୁଏ ଏହି ବ୍ରତ । ଏହି ବ୍ରତକୁ ଓଡ଼ିଆରେ ଘରର ସାଧବା ମାନେ ପାଳନ କରିଥାନ୍ତି । ସ୍ୱାମୀଙ୍କର ନିରାମୟ ଜୀବନ ତଥା ମଙ୍ଗଳ କାମନା କରି ସଧବା ନାରୀମାନେ ଏହି ସାବିତ୍ରୀ ବ୍ରତ ପାଳନ କରିବାର ପ୍ରଥା ରହିଛି । । ଏହି ବ୍ରତରେ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି ।

କ’ଣ କହେ କିମ୍ବଦନ୍ତୀ:

କିମ୍ବଦନ୍ତୀ ଅନୁସାରେ ମଦ୍ର ଦେଶର ରାଜକନ୍ୟା ସାବିତ୍ରୀ ସତ୍ୟବାନଙ୍କୁ ବିବାହ କରିଥିଲେ । ମାତ୍ର ସବିତ୍ରୀଙ୍କ ସ୍ୱାମୀ ସତ୍ୟବାନ ଥିଲେ ଅଳ୍ପାୟୁ। ମାତ୍ର ସ୍ତ୍ରୀ ସବିତ୍ରୀଙ୍କ ପାଇଁ ସେ ଯେ କରିଥିଲେ ମୃତ୍ୟୁକୁ ।

ବହୁ ପୂଜାପାଠ ଆରାଧନା କରି ମାଦ୍ରଦେଶର ରାଜା ଅଶ୍ୱପତି ସବିତ୍ରୀଙ୍କୁ କନ୍ୟା ରୂପେ ପାଇଥିଲେ । ସତ୍ୟବାନଙ୍କ ରୂପ ଓ ଗୁଣରେ ମୁଗ୍ଧ ହୋଇ ସାବିତ୍ରୀ ତାଙ୍କୁ ବିବାହ କରିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ ।

ମାତ୍ର ସତ୍ୟବାନଙ୍କୁ ପୂର୍ବରୁ ମିଳିଥିଲା ଅଭିଶାପ । ବିବାହ ପରେ ସେ ଗୋଟିଏ ବର୍ଷ ବଂଚିବେ ଜାଣି ମଧ୍ୟ ତାଙ୍କୁ ବିବାହ କରି ଜଙ୍ଗଲରେ ରହିଲେ ସାବିତ୍ରୀ । ଠିକ୍ ବର୍ଷକ ପରେ ସତ୍ୟବାନଙ୍କ ମୃତ୍ୟୁ ହୋଇଥିଲା ।

ମହାସତୀ ସାବିତ୍ରୀ ନିଜ ନିଷ୍ଠା ଓ ତପ ବଳରେ ଯମରାଜଙ୍କୁ ସନ୍ତୁଷ୍ଟ କରି ନିଜ ସ୍ୱାମୀଙ୍କୁ ପୁନଃ ଜୀବନ ଦେଇଥିଲେ।

ଅନ୍ନ ଜଳ ସ୍ପର୍ଶ ନକରି ନାରୀ ମାନେ ଏହି ବ୍ରତ ପାଳନ କରି ସ୍ୱାମୀଙ୍କୁ ପୂଜା କରିବାର ପରଂପରା ରହିଛି ।

Comments are closed.