Latest Odisha News

BREAKING NEWS

ସାଇକେଲ ଯୋଗେ ଘରେ ପହଞ୍ଚିଲେ ଚେନ୍ନାଇରୁ ଆସୁଥିବା ୮ ପ୍ରବାସୀ ଓଡିଆ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବିସୋଇ ଅଞ୍ଚଳର ଜଣେ ଝିଅ ସମେତ ଆଠ ଜଣ ପ୍ରବାସୀ ଓଡିଆ କର୍ମଚାରୀ ପ୍ରାୟ ୧୬୦୦ କିମି. ସାଇକେଲ ଚଳାଇ ଚଳାଇ ନିଜ ଜିଲ୍ଲାରେ ପହଞ୍ଚିଛନ୍ତି।

ସେମାନେ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ବୋଲି ଜଣାପଡିଛି।

ପ୍ରବାସୀ ଶ୍ରମିକମାନେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କୋଭିଡ-୧୯ ବିସ୍ତାରକୁ ରୋକିବା ପାଇଁ ଦେଶବ୍ୟାପୀ ଜାରି ରହିଥିବା ଲକଡାଉନ ଯୋଗୁଁ ସେମାନେ କାମ କରୁଥିବା କମ୍ପାନୀ ବନ୍ଦ ହୋଇଯାଇଥିଲା। ଯାହା ଫଳରେ ରୋଜଗାର ଅଭାବରେ ଚଳିବା କଷ୍ଟକର ହେବାରୁ ସେମାନେ ଘରକୁ ଫେରିବାଲାଗି ନିଷ୍ପତ୍ତି ନେଇଥିଲେ।

Comments are closed.