ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
୬୦ଟି ସେଣ୍ଟରରେ ହେବାକୁଥିବା ମୂଲ୍ୟାୟନ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ଜୋର ଦିଆଯାଇଛି।
ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା। ମାତ୍ର କରୋନା ଯୋଗୁଁ ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା।
ଏହାପରେ ମେ ୨୦ରେ ଖାତା ମୂଲ୍ୟାୟନ ନେଇ ସ୍ଥିର ହୋଇଥିଲା, ହେଲେ ବାତ୍ୟା ପାଇଁ ଏହା ମେ ୨୧କୁ ପରିବର୍ତ୍ତନ କରାଯାଇଥିଲା। ତେବେ ପୁନଃ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା।
ପରିଶେଷରେ ମେ ୨୬ ତାରିଖରୁ ଖାତା ଦେଖା ପାଇଁ ସ୍ଥିର ହୋଇଥିଲା। ଆସନ୍ତାକାଲି ଠାରୁ ଖାତାଦେଖା ଆରମ୍ଭ ହେଲେ ୪୫ ଦିନ ଭିତରେ ଫଳାଫଳ ବାହାରିବ ବୋଲି ସୂଚନା ମିଳିଛି । ସମସ୍ତ ପରୀକ୍ଷା ଖାତା ସୁରକ୍ଷିତ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି।
Comments are closed.