Latest Odisha News

ଜୁଲାଇରେ ସ୍କୁଲ ଖୋଲିବାକୁ ଯୋଜନା ରଖିଛନ୍ତି ଦିଲ୍ଲୀ ସରକାର

ନୂଆଦିଲ୍ଲୀ:  ଆସନ୍ତା ଜୁଲାଇ ମାସ ରେ ସ୍କୁଲ ଖୋଲିବା ନିମନ୍ତେ ଯୋଜନା ପ୍ରସ୍ତୁତି କରୁଛନ୍ତି ଦିଲ୍ଲୀ ସରକାର । ଆସନ୍ତା ଜୁନ ୫ ତାରିଖ ସୁଦ୍ଧା, ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ଅଧିସୂଚନା ଅନୁସାରେ, ଏକ ଢାଞ୍ଚା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ତଥା ଅନ୍‌ଲାଇନ ଶିକ୍ଷାଦାନ ନିମିତ୍ତ ଏକ ମାଇକ୍ରୋ ପ୍ଲାନ ରଖିବା ପାଇଁ ଏଥିରେ ସୂଚନା ରହିଅଛି ।

ଏହି ସମ୍ବନ୍ଧୀୟ ସମସ୍ତ ଶେଷ ନିଷ୍ପତି ଉପମୁଖ୍ୟମନ୍ତ୍ରୀ ମନିଶ୍ ସିସୋଦିଆ ନିଆଯିବାର ବ୍ୟବସ୍ଥା କରାଯାଇଅଛି ।

ଅଧିକ ପଢନ୍ତୁ: ବୃଦ୍ଧି ପାଇଲା IGNOUର ଜୁନ ଶେଷ ପରୀକ୍ଷା ଆବେଦନର ଅବଧି

ଯୋଜନା ପ୍ରକ୍ରିୟା ଆରମ୍ଭ କରିବା ପାଇଁ, ଆଗାମୀ ୧୪ ଦିନରେ ପ୍ରତି କ୍ଲଷ୍ଟର୍‌ରେ ୧୦ଟି ସ୍କୁଲ ମୁଖ୍ୟଙ୍କ ସହ କ୍ଲଷ୍ଟର୍ ନେତୃତ୍ୱ ବିକାଶ ଯୋଜନା ର ଫେସିଲିଟେଟର ମାନଙ୍କର ଗୋଟିଏ ଅଧିବେଶନ ର ବ୍ୟବସ୍ଥା କରାଯାଇଥିବା ଶିକ୍ଷା ନିର୍ଦ୍ଦେଶାଳୟ ସର୍କୁଲାର ରେ ଉଲ୍ଲେଖ ରହିଛି ।

ଏଥିସହିତ, ପ୍ରତ୍ୟକ ଛାତ୍ର ଙ୍କ ନିକଟରେ ସ୍ମାର୍ଟଫୋନ ପ୍ରବନ୍ଧନ, ଜୁଲାଇ ମାସରେ ଯୋଗ ଦେବକୁ ଥିବା ଛାତ୍ର ଙ୍କ ଉପଲବ୍ଧତା, ଆଧାରିକ ସଂରଚନା, ଶିକ୍ଷକ ତଥା ସହାୟକ କର୍ମଚାରୀ ଙ୍କ ସବିଶେଷ ତଥ୍ୟ ସହ ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ନିୟୋଜିତ ହେବାକୁ ଥିବା ଛାତ୍ର ଙ୍କ ଏକ ଚିଠା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଅଛି ।

ଏହି ସମୟରେ ସ୍କୁଲ ଅଧିକାରୀ ମାନେ ଛାତ୍ର ଙ୍କ ନିକଟକୁ ପହଞ୍ଚିବା ସହ ଆବଶ୍ୟକ ସ୍ଥଳେ ଭାବନାତ୍ମକ ସାହାଯ୍ୟ ଯୋଗାଇଦେଉଛନ୍ତି ।

Comments are closed.