Latest Odisha News

BREAKING NEWS

ଅକ୍ଷୟ କୁମାରଙ୍କ ଉଦାରତା: ୧୫୦୦ ଷ୍ଟ୍ରଗଲିଙ୍ଗ ଆର୍ଟିଷ୍ଟଙ୍କ ପାଇଁ ଦାନ କଲେ ୪୫ ଲକ୍ଷ ଟଙ୍କା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ପୁଣିଥରେ ନିଜର ଉଦାରତା ଦେଖାଇଛନ୍ତି । ସାରାଦେଶ ଯେତେବେଳେ କରୋନା କଷ୍ଟ ଦେଇ ଗତି କରୁଛି ସେତେବେଳେ କିଛି ସିନେ ତାରକା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଜର ଯଥାସାଧ୍ୟ ଚେଷ୍ଟା କରୁଛନ୍ତି।

କିଛି ଦିନ ତଳେ ପିଏମ କେୟାର ପାଣ୍ଠିକୁ ଅକ୍ଷୟ କୁମାର ୨୫ କୋଟି ଟଙ୍କା ପ୍ରଦାନ କରିଥିଲେ । ଏହି ତାଲାବନ୍ଦ ସମୟରେ ସଂଘର୍ଷ କରୁଥିବା କିଛି କଳାକାରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି ଅକ୍ଷୟ ।

ଖବର ଅନୁଯାୟୀ, ଲକଡାଉନ ସମୟରେ ଅକ୍ଷୟ ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନକୁ ୪୫ ଲକ୍ଷ ଟଙ୍କା ଦାନ କରିଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ।

Comments are closed.