Latest Odisha News

ଛାତ୍ରଛାତ୍ରୀଙ୍କ ଠାରୁ ତୁରନ୍ତ ଫି’ ଆଦାୟ କରିପାରିବେନି କୌଣସି ଶିକ୍ଷାନୁଷ୍ଠାନ: ୟୁଜିସି

ନୂଆଦିଲ୍ଲୀ: କୌଣସି ବିଶ୍ୱବିଦ୍ୟାଳୟ ତଥା କଲେଜ ତୁରନ୍ତ ଫି’ ଜମା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିପାରିବେ ନାହିଁ ବୋଲି କହିଛି ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ।

ଅଧିକ ପଢନ୍ତୁ – ସିବିଏସ୍‌ସି ଛାତ୍ରଛାତ୍ରୀ ନିଜ ଜିଲ୍ଲାରୁ ବସି ଦେଇପାରିବେ ବୋର୍ଡ ପରୀକ୍ଷା: କେନ୍ଦ୍ର ମନ୍ତ୍ରୀ

କରୋନା ଲକ୍‌ଡାଉନ ରେ ବାଧାପ୍ରାପ୍ତ ଅର୍ଥନୈତିକ ସ୍ଥିତିକୁ ନେଇ ଉପୁଜିଥିବା ଫି’ ଜମା ଜନିତ ଅସାମର୍ଥ୍ୟ ଯୋଗୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଭିଯୋଗ ପରେ ୟୁନିଭରସିଟି ଗ୍ରାଣ୍ଟ କମିସନ(ୟୁଜିସି) ର ଏଭଳି ପ୍ରତିକ୍ରିୟା ଆସିଥିବା ହିନ୍ଦୁସ୍ତାନ ଟାଇମସରେ ରିପୋର୍ଟ ପ୍ରକାଶିତ ହୋଇଛି ।

ଏଭଳି ଅବସ୍ଥାକୁ ଧ୍ୟାନରେ ରଖି, ପରିସ୍ଥିତି ପୂର୍ବାବସ୍ଥାକୁ ନ’ଫେରିବା ପର୍ଯ୍ୟନ୍ତ କଲେଜ ତଥା ବିଶ୍ୱବିଦ୍ୟାଳୟ ଗୁଡିକ ଆର୍ଥିକ ମାନ୍ଦାବସ୍ଥା କୁ ନଜର ରେ ରଖି, ଫି’ ଜମା କ୍ଷେତ୍ରରେ ଛାତ୍ରଛାତ୍ରୀ ଙ୍କ ପାଇଁ ଅନ୍ୟ କୌଣସି ବିକଳ୍ପ ପନ୍ଥା ଆପଣାଇବାକୁ, ୟୁନିଭରସିଟି ଗ୍ରାଣ୍ଟ କମିସନ(ୟୁଜିସି) କଲେଜ ପ୍ରିନସିପାଲ ତଥା ବିଶ୍ୱବିଦ୍ୟାଳୟ କୁଳପତି ମାନଙ୍କୁ ଚିଠି ଲେଖିଛନ୍ତି ।

Comments are closed.