Latest Odisha News

BREAKING NEWS

ଚାଲିଛି ୪ ପ୍ରକାରର ଟୀକା ପ୍ରସ୍ତୁତି, ଅକ୍ଟୋବରରେ ହୋଇପାରେ ପରୀକ୍ଷା

ନୂଆଦିଲ୍ଲୀ: କୋରୋନା ଭୂତାଣୁ ବିରୋଧରେ ଲଢ଼େଇରେ ଭାରତ ବହୁତ ବଡ଼ ସଫଳତା ହାସଲ କରିଛି।  ଦେଶରେ ତିନି ପ୍ରକାରର ଟେଷ୍ଟ ବିକଶିତ କରାଯାଇଛି । ଅନ୍ୟପକ୍ଷେ ଚତୁର୍ଥଟି ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ଗୋଟିଏ ଟେଷ୍ଟ ଆଇଆଇଟି ଦିଲ୍ଲୀ ବିକଶିତ କରିଛି । ଅନ୍ୟଟି ଚିତ୍ରା ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡ. କେ ବିଜୟ ରାଘବନ।

ଦେଶରେ ୩୦ଟି ଗ୍ରୁପ ଅଛନ୍ତି । ଯେଉଁମାନେ କୋରୋନା ଟୀକା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି । ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର କେ ବିଜୟ ରାଘବନ୍ କହିଛନ୍ତି ଯେ, ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ପ୍ରକ୍ରିୟା । ଦୁନିଆର ଅନେକ ଲୋକ ଏହି ଭ୍ୟାକସିନ୍‌ ବିଷୟରେ କହୁଛନ୍ତି । କିନ୍ତୁ କାହାର ଟୀକା ପ୍ରଭାବଶାଳୀ ହେବ । ତାହା ଜଣା ପଡିନାହିଁ । ଯଦି ଟୀକା ନଷ୍ଟ ହୋଇଯାଏ ତେବେ କ୍ଷତି ମଧ୍ୟ ସହିବାକୁ ପଡ଼େ ।

କିଛି କମ୍ପାନୀ ଏକ ଫ୍ଲୁ ଭ୍ୟାକସିନ୍‌ର ବ୍ୟାକବୋନ୍‌ରେ ଆରଏଣ୍ଡଡି କରୁଛନ୍ତି, ଲାଗୁଛି ଅକ୍ଟୋବର ସୁଦ୍ଧା ଏହାର ପ୍ରି କ୍ଲିନିକାଲ ଟେଷ୍ଟ ହୋଇଯିବ। ଆଉ କିଛି ୨୦୨୧ ଫେବୃଆରୀରେ ପ୍ରୋଟିନ୍‌ ତିଆରି କରି ଏହାକୁ ଭ୍ୟାକସିନ୍‌ ପ୍ରସ୍ତୁତ କରିବା ପ୍ରକ୍ରିୟାରେ ଜୁଟିଛନ୍ତି। ଆଉ କିଛି ଷ୍ଟାର୍ଟଅପ୍ସ ଓ କିଛି ଏକାଡେମିକ୍ସ ଭ୍ୟାକସିନ୍‌ ପ୍ରସ୍ତୁତିରେ ଜୁଟି ଯାଇଛନ୍ତି। ଏହା ସହିତ ବିଦେଶୀ କମ୍ପାନୀ ମଧ୍ୟ ଭ୍ୟାକସିନ୍ ତିଆରିରେ ଭାଗିଦାରୀ ଦେଉଛନ୍ତି। କିଛି ବିଦେଶୀ କମ୍ପାନୀଙ୍କ ସହିତ ହୋଇଥିବା ଭାଗିଦାରୀରେ ଭାରତୀୟ କମ୍ପାନୀ ନେତୃତ୍ଵ ନେଉଥିବା ବେଳେ ଆଉ କିଛି ନେତୃତ୍ଵରେ ଆମେ ଯୋଗ ଦାନ ଦେଉଥିବା ରାଘବନ କହିଛନ୍ତି।

ସେ କହିଛନ୍ତି ଯେ, ଆମେ ସାଧାରଣ ଲୋକଙ୍କୁ ଟୀକା ଦେଉଛୁ, ରୋଗୀ କିମ୍ୱା କୌଣସି ଶେଷ ପର୍ଯ୍ୟାୟରେ ଥିବା ରୋଗୀଙ୍କୁ ନୁହେଁ । କାରଣ ଟୀକାକରଣର ଗୁଣ ଏବଂ ନିରାପତ୍ତାକୁ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରିବା ଆବଶ୍ୟକ । ଏହି ଟୀକା ୧୦-୧୫ ବର୍ଷରେ ତିଆରି ହୋଇଥାଏ । ଏହାର ମୂଲ୍ୟ ପ୍ରାୟ ୨୦୦ ମିଲିୟନ ଡଲାର ହୋଇଥାଏ । ଆମର ପ୍ରୟାସ ହେଉଛି ଗୋଟିଏ ବର୍ଷରେ ଏହାକୁ କରିବା । ତେଣୁ ଗୋଟିଏ ଟୀକା ଉପରେ କାମ କରିବା ପରିବର୍ତ୍ତେ, ଆମେ ଏକା ସମୟରେ ୧୦୦ରୁ ଅଧିକ ଟୀକା ଉପରେ କାମ କରୁଛୁ ।

Leave A Reply

Your email address will not be published.