Latest Odisha News

BREAKING NEWS

ଆଜି ରାତିରେ ଏହି ୬ଟି ଜିଲ୍ଲାକୁ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ସଦ୍ୟତମ ସୂଚନା ଅନୁଯାୟୀ ଆଜି ରାତିରେ ଓଡ଼ିଶାର ୬ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଗୁରୁବାର ରାତି ୧୨ଟା ୩୦ ମଧ୍ୟରେ ୬ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପବନ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି । ସେହି ୬ଟି ଜିଲ୍ଲାଗୁଡ଼ିକ ହେଲା – ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଏବଂ ଗଜପତି ଜିଲ୍ଲା ।

ଏହି ସ୍ଥାନ ଗୁଡ଼ିକରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବାର ଆଶଙ୍କା ରହିଥିବାର ସୂଚନା ଦେଇଛନ୍ତି ପାଣିପାଗ ବିଭାଗ କର୍ତ୍ତୃପକ୍ଷ ।

ଏହି ସମୟରେ ଜନସାଧାରଣ ଘରୁ ନବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆ ଯାଇଛି ।

Leave A Reply

Your email address will not be published.