Latest Odisha News

BREAKING NEWS

ଆଶାଦିଦିଙ୍କୁ ଆକ୍ରମଣ ଅଭିଯୋଗ, କ୍ୱାରେଂଟିନ ସେଂଟରକୁ ଗଲେ ୪୦ରୁ ଅଧିକ ଅମାନିଆ ପ୍ରବାସୀ

ପାରାଦୀପ: ପାରାଦୀପ ଷଣ୍ଢକୁଦ ବସ୍ତିରେ ଧସେଇ ପସିଲେ ୮୦ରୁ ଅଧିକ ପ୍ରବାସୀ ଶ୍ରମିକ । ସେମାନଙ୍କୁ ସଂଗରୋଧ କେନ୍ଦ୍ରକୁ ଯିବାକୁ କହିବାରୁ ସ୍ଥାନୀୟ ଆଶାକର୍ମୀଙ୍କୁ ସେମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶରୁ ପ୍ରବାସୀ ଶ୍ରମିକମାନେ ଫେରିବା ପରେ କ୍ୱାରେଂଟିନ ସେଂଟରକୁ ନଯାଇ ସିଧାସଳଖ ଘରକୁ ଯାଇଥିଲେ । ଏହି ଖବର ପାଇବା ପରେ ସ୍ଥାନୀୟ ଆଶାକର୍ମୀ ସେମାନଙ୍କୁ ବାଧା ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ବୁଝାସୁଝା କରିଛି । ପରେ ଘରକୁ ପଳାଇଥିବା କେତେକ ପ୍ରବାସୀ ଶ୍ରମିକମଙ୍କୁ ପାରାଦୀପ ଷଣ୍ଢକୁଦ ବସ୍ତିରୁ ଠାବ କରିଛି ପୌର ପ୍ରଶାସନ । ଏହାପରେ ୬୦ରୁ ଅଧିକ ଅମାନିଆ ପ୍ରବାସୀଙ୍କୁ ବିଭିନ୍ନ କ୍ୱାରେଂଟିନ ସେଂଟରକୁ ପଠାଇ ଦିଆଯାଇଛି ।

ପାରାଦ୍ବୀପ ପୌରପରିଷଦ, ପୋଲିସ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ଏହି ସ୍ଥାନାନ୍ତର କରାଯାଇଥିବା ବେଳେ ସକାଳୁ ମାଇକ ଯୋଗେ ପ୍ରଚାର କରାଯାଇ ଲୋକମାନଙ୍କୁ ସଚେତନ କରାଯିବା ସହିତ ଯଦି ଆଉ କୌଣସି ପ୍ରବାସୀ ରହିଛନ୍ତି ତେବେ ସେମାନେ ତୁରନ୍ତ କ୍ବାରେଣ୍ଟାଇନ କୁ ଯିବାପାଇଁ ପରାମର୍ଶ ଦିଆଯାଇଛି।

ବସ୍ତିର ବିଭିନ୍ନ ସ୍ଥାନରେ ଆଶା କର୍ମୀ ,ପୌର କର୍ମଚାରୀ ଓ ପୋଲିସ୍ ପକ୍ଷରୁ ଘର ଘର ବୁଲି ସର୍ଚ୍ଚ କରାଯାଉଛି। ତେବେ ମାଡ ଘଟଣାକୁ ଆଶା କର୍ମୀ ସ୍ବୀକାର କରିଥିବା ବେଳେ ଏ ପର‌୍ୟ୍ୟନ୍ତ ଥାନାରେ ଏତେଲା ଦେଇନାହାନ୍ତି। ଉପର ଅଫିସରଙ୍କୁ ଜଣାଇଛି ଏବଂ ସେମାନେ କାଯ୍ୟାନୁଷ୍ଠାନ ନ ନେଲେ ମୁଁ ଆଇନର ଆଶ୍ରୟ ନେବି ବୋଲି ଆଶା କର୍ମୀ କହିଛନ୍ତି ।

Leave A Reply

Your email address will not be published.