Latest Odisha News

BREAKING NEWS

ଗୋଟିଏ ଦିନ ପରେ ଇସ୍ତଫା ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଝାମଣା କରିବା ପରେ ରାଜ୍ୟ ବିଜେପି କାର୍ଯ୍ୟକାରୀ ସଦସ୍ୟ ଜଗନ୍ନାଥ ପ୍ରଧାନ ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର କରିଛନ୍ତି ।

ଅଧିକ ପଢନ୍ତୁ – ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ: ସର୍ଭେ

ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସଭାପତି ଭାବେ ବାବୁ ସିଂହ ମଙ୍ଗଳବାର ଦିନ ନିଯୁକ୍ତ ହେବା ପରେ ଜଗନ୍ନାଥ ବିଜେପି ଛାଡ଼ିଥିଲେ । ସେ ଏହି ପଦବୀ ଲାଗି ଆଶାୟୀ ଥିଲେ ।

ସେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଥିଲେ ।

ଅଧିକ ପଢନ୍ତୁ: ବିଜେପି ଛାଡିଲେ ଜଗନ୍ନାଥ ପ୍ରଧାନ

“ଦଳରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଆତ୍ମକୈନ୍ଦ୍ରିକ ସ୍ୱାର୍ଥ ଯୋଗୁଁ ଅବକ୍ଷୟ ହୋଇପଡ଼ିଛି । ଏହି ଦଳରେ ପୁରୁଖା କର୍ମୀଙ୍କୁ ଅବହେଳା କରାଯାଇ ଅନ୍ୟ ଦଳର ବ୍ୟକ୍ତିମାନଙ୍କୁ ଗୁରୁତ୍ୱ ଦିଆଯାଉଥିବା ଯୋଗୁଁ ମୋତେ ଦଳ ଲାଗି ସେବା କରିବାକୁ କଷ୍ଟବୋଧ ହେଲା,” ଏହା କହିଛନ୍ତି ଜଗନ୍ନାଥ ।

Leave A Reply

Your email address will not be published.