Latest Odisha News

BREAKING NEWS

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଦୀପିକାଙ୍କ ଏହି ସିକ୍ରେଟ୍ !

ମୁମ୍ବାଇ: କରୋନା ପାଇଁ ସାରାଦେଶ ଲକଡାଉନ । ଏହି ସମୟରେ ସେଲିବ୍ରିଟି ମାନେ ନିଜ ପ୍ରଶଂସକଙ୍କୁ ବାନ୍ଧି ରଖିବା ପାଇଁ କେତେବେଳେ ନିଜର ଆକର୍ଷଣୀୟ ଫଟୋ ତ ଆଉ କେତେବେଳେ ମଜାଳିଆ ଭିଡିଓ ପୋଷ୍ଟ କରୁଛନ୍ତି।

ତେବେ ନିକଟରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର ଏକ ସିକ୍ରେଟ ସୋସିଆଲ ମିଡିଆରେ ହୋଇଛି ଭାଇରାଲ । ଯାହାକୁ ଖୁବ କମ ସମୟରେ ବହୁତ ସଂଖ୍ୟାରେ ଲୋକ ଲାଇକ ଓ କମେଣ୍ଟ କରିଛନ୍ତି ।

ଜାଣିବାକୁ ଚାହୁଁଛନ୍ତିକି କ’ଣ ଏହି ସିକ୍ରେଟ ? ଏହା ଏହେଉଛି ଦୀପିକାଙ୍କ ରିପୋର୍ଟ କାର୍ଡ। ଯାହାକୁ କି ଦୀପିକା ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏହି ପୋଷ୍ଟରେ ତାଙ୍କ ସ୍କୁଲ ଶିକ୍ଷୟତ୍ରୀ କମେଣ୍ଟ କରି ଲେଖିଛନ୍ତି ଯେ, “ଦୀପିକା ବହୁତ ଟକେଟିଭ ଥିଲେ ଓ ତାଙ୍କ ଟିଚରଙ୍କ କଥା ଆଦୌ ଶୁଣୁନଥିଲେ। ଦୀପିକାଙ୍କ ସ୍ୱାମୀ ତଥା ରାଣବୀର ସିଂ ଶିକ୍ଷୟତ୍ରୀଙ୍କ ଏହି ମନ୍ତବ୍ୟକୁ ସମର୍ଥନ କରିଛନ୍ତି ।

ଅଭିନେତା ଆୟୁଷ୍ମାନ ଖୁରାନା ଦୀପିକାଙ୍କ ଏହି ପୋଷ୍ଟରେ ‘ହାର୍ଟ’ ଇମୋଜି ସହିତ ପ୍ରତିକ୍ରିୟା ଦେଇଛନ୍ତି।

ଦୀପିକାଙ୍କ ପୋଷ୍ଟ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ସେମାନଙ୍କ ପୁରୁଣା ଦିନକୁ ଫେରାଇ ନେଇଥିବା ସେମାନେ ଲେଖିଛନ୍ତି ।

Leave A Reply

Your email address will not be published.