ଭୁବନେଶ୍ୱର: ବନ୍ଦ ହୋଇଗଲା ୬୯ ବର୍ଷ ପୁରୁଣା ସାଇକେଲ କମ୍ପାନୀ ‘ଆଟଲାସ’। ଦୀର୍ଘ ବର୍ଷ ଧରି ଆର୍ଥିକ ସଙ୍କଟରେ ଗତି କରୁଥିବା ଏହି କାରଖାନା ବନ୍ଦ ହୋଇଯାଇଛି ।
ଏହି କାରଣରୁ କମ୍ପାନୀରେ କାର୍ଯ୍ୟ କରୁଥିବା ୭୦୦ରୁ ଅଧିକ କର୍ମଚାରୀଙ୍କ ଜୀବିକା ସଙ୍କଟରେ ଆସିଯାଇଛି । ଗତ କିଛି ବର୍ଷ ଧରି ଆର୍ଥିକ ସଙ୍କଟ ସହ ସଂଘର୍ଷ କରିଆସୁଥିବା ସାଇକେଲ କମ୍ପାନୀ ଆଟଲାସ ଏକ ସମୟରେ ବାର୍ଷିକ ୪୦ ଲକ୍ଷ ସାଇକେଲ ଉତ୍ପାଦନ କରିବାର ରେକର୍ଡ କରିଥିଲା ।
କର୍ମଚାରୀଙ୍କୁ ଜୁନ୍ ୩ରୁ କାର୍ଯ୍ୟରୁ ଅବସର ନେବାକୁ କୁହାଯାଇଥିବା କହିଛନ୍ତି ଆଟଲାସ୍ ସାଇକେଲ କମ୍ପାନୀର ମ୍ୟାନେଜର। “କଞ୍ଚାମାଲ କିଣିବାକୁ ମଧ୍ୟ କମ୍ପାନୀ ପାଖରେ ଟଙ୍କା ନାହିଁ । କାରଖାନା ଚଳାଇବା ପାଇଁ ଅପରେଟରଙ୍କ ପାଖରେ ଟଙ୍କା ନଥିବା” ସେ କହିଛନ୍ତି ।
୧୯୫୧ ମସିହାରେ ଜାନକୀ ଦାସ କପୁରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା ଆଟଲାସ ସାଇକେଲ କମ୍ପାନୀ। ପ୍ରଥମ ବର୍ଷରେ ଆଟଲାସ୍ ୧୨,୦୦୦ ସାଇକେଲ ତିଆରି କରିବାର ରେକର୍ଡ ସ୍ଥାପନ କରିଥିଲା ।
Comments are closed.