ଭୁବନେଶ୍ୱର: ଓଡିଶାରେ ଆଉ ଗୋଟିଏ ଜୀବନ ନେଇଛି କରୋନା। ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ୬୩ ବର୍ଷ ବୟସ୍କ ଜଣେ ବ୍ୟକ୍ତି।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଶୁକ୍ରବାର ଦିନ ଟ୍ୱିଟ୍ କରି ଏନେଇ ସୂଚନା ଦିଆଯାଇଛି । କରୋନା ପଜିଟିଭ୍ ଚିହ୍ନଟ ହୋଇ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିବା କୁହାଯାଉଛି। କରୋନା ସହ ସେ ଅନ୍ୟ କିଛି ରୋଗରେ ମଧ୍ୟ ଆକ୍ରାନ୍ତ ଥିବା କୁହାଯାଇଛି।
ଏହା ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାର ଏହା କରୋନା ଜନିତ ଚତୁର୍ଥ ମୃତ୍ୟୁ। ଏହାପୂର୍ବରୁ ଆଉ ୩ ଜଣ ଗଞ୍ଜାମ ଏବଂ ଜଣେ କଟକରୁ ପ୍ରାଣ ହରାଇଥିବା ସୂଚନା।
Comments are closed.