Latest Odisha News

BREAKING NEWS

ଜୁନ୍ ୫ରେ କାହିଁକି ପାଳିତ ହୁଏ ‘ବିଶ୍ୱ ପରିବେଶ ଦିବସ’…

ଭୁବନେଶ୍ୱର: ସାରା ବିଶ୍ୱରେ ଆଜିର ଦିନରେ ପାଳିତ ହୋଇଥାଏ ‘ବିଶ୍ୱ ପରିବେଶ ଦିବସ’ । ପ୍ରକୃତି ଓ ମନୁଷ୍ୟ ମଧ୍ୟରେ ଗଭୀର ସମ୍ପର୍କ ରହିଛି । କୁହାଯାଏ ପ୍ରକୃତି ବିନା ଜୀବନ ସମ୍ଭବ ନୁହେଁ । ହେଲେ ଆଜିର ବ୍ୟସ୍ତବହୁଳ ସମୟରେ ଆମେ ଅଜାଣତରେ ପ୍ରକୃତି ତଥା ପରିବେଶକୁ ଦୂଷିତ କରୁଛୁ ।

BjdElectrycity

ଜୁନ୍ ୫ରେ କାହିଁକି ପାଳିତ ହୋଇଥାଏ ଏହି ଦିବସ, ଜାଣନ୍ତୁ

  • ପରିବେଶ ସୁରକ୍ଷା ତଥା ସଂରକ୍ଷଣ ଲାଗି ଏକ ଆଲୋଚନା ଲାଗି ୧୯୭୨ ମସିହା ଜୁନ୍ ୫ରୁ ୧୬ ତାରିଖ ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ମହାସଭା ଦ୍ୱାରା ବିଶ୍ୱ ପରିବେଶ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ଆଲୋଚନାରେ ମଧ୍ୟ ପରିବେଶ ଦିବସ ପାଳନ ପାଇଁ ମତ ଦିଆଯାଇଥିଲା।
  • ଯାହାଫଳରେ ପରବର୍ତ୍ତୀ ସମୟରେ ୧୯୭୪ ମସିହା ଜୁନ୍ ୫ରେ ‘ବିଶ୍ୱ ପରିବେଶ ଦିବସ’ ପାଳନ କରାଯାଇଥିଲା ।
  • ୧୯୭୨ ମସିହାରେ ପ୍ରଥମ ଥର ଲାଗି ସ୍ୱିଡେନ ରାଜଧାନୀ ଷ୍ଟକହୋମ୍‌ରେ ‘ବିଶ୍ୱ ପରିବେଶ ଦିବସ’ ଆୟୋଜିତ କରାଯାଇଥିଲା । ଯେଉଁଥିରେ ପ୍ରାୟ ୧୧୯ ଦେଶ ସାମିଲ ହୋଇଥିଲେ।
  • ଦେଶରେ ଲଗାତାର ବଢୁଥିବା ପ୍ରଦୂଷଣ କାରଣରୁ ଏହି ଦବସକୁ ପାଳନ କରାଯାଉଛି । ଯାହାଫଳରେ ପରିବେଶ ପ୍ରତି ଜନସାଧାରଣ ସଚେତନ କରାଯାଇପାରିବ ।
  • ସେହିପରି ବିଶ୍ୱରେ ଯେବେ ପ୍ରଥମ ଥର ଲାଗି ‘ପରିବେଶ ଦିବସ’ ପାଳନ କରାଯାଇଥିଲା । ସେତେବେଳେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭାରତର ପ୍ରକୃତି ଓ ପରିବେଶ ପ୍ରତି ନିଜର ଚିନ୍ତାଧାରାକୁ ବ୍ୟକ୍ତ କରିଥିଲେ ।
Leave A Reply

Your email address will not be published.