ମାଲକାନଗିରି: ମାଲକାନଗିରିର ସମନ୍ୱିତ ଶିଶୁ ବିକାଶ ଯୋଜନା ବା ଆଇସିଡିଏସର ସୁପରଭାଇଜର ଗୀତାଞ୍ଜଳି ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ । ୪ ହଜାର ୫ ଶହ ଟଙ୍କାର ଲାଞ୍ଚ ନେବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି ।
ଅଭିଯୋଗ ଅନୁସାରେ ସ୍ଥାନୀୟ କନ୍ଦିକିଗୁଡ଼ା ଗାଁର ଅଙ୍ଗନଓ୍ୱାଡ଼ି କର୍ମୀ ଗାୟତ୍ରୀ ନାୟକ ଏବଂ ଅନ୍ୟ ତିନି ଅଙ୍ଗନଓ୍ୱାଡ଼ିକର୍ମୀଙ୍କଠୁ ଲାଞ୍ଚ ନେଉଥିଲେ ଗୀତାଞ୍ଜଳି । ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ରୋଷେଇ ଓ ୟୁନିଫର୍ମ କିଣାର ବିଲ୍ ପାସ୍ କରିବା ଲାଗି ୪ ହଜାର ୫ ଶହ ଟଙ୍କା ଲାଞ୍ଦାଚ ବାବଦରେ ଦାବି କରିଥିଲେ ।
ଯାହାକୁ ନେଇ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ବା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଗାୟତ୍ରୀ । ଆଉ ଲାଞ୍ଚୁଆ ସୁପରଭାଇଜରକୁ ଧରିବା ଲାଗି ଜାଲ ବିଛାଇଥିଲା ଭିଜିଲାନ୍ସ । ଶେଷରେ ଲାଞ୍ଚ ନେଉଥିବାବେଳେ ରେଡ୍ ହ୍ୟାଣ୍ଡେଡ୍ ଧରାପଡ଼ିଛନ୍ତି ଗୀତାଞ୍ଜଳି ।
Comments are closed.