Latest Odisha News

BREAKING NEWS

କ୍ବାରେନଣ୍ଟାଇନ ସେଣ୍ଟରରେ ନାବାଳିକା ମୃତ

ନୂଆପଡା: ଅତ୍ୟଧିକ ଜ୍ୱର ହେତୁ ଶନିବାର ଦିନ ନୂଆପଡା ଜିଲ୍ଲା ଖରିଆର ବ୍ଲକରେ ଥିବା ଏକ କ୍ବାରେନଣ୍ଟାଇନ ସେଣ୍ଟରରେ ଜଣେ ୬ ବର୍ଷ ବାଳିକାର ମୃତ୍ୟୁ ଘଟିଛି।

ମିଳିଥିବା ଖବର ଅନୁଯାୟୀ ସମ୍ପୃକ୍ତ ନାବାଳିକା ଜଣକ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଗତ ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ।

ଅପରପକ୍ଷରେ ତାଙ୍କ ପିତାମାତା ଅଭିଯୋଗ କରିଛନ୍ତି ଯେ କ୍ବାରେନଣ୍ଟାଇନ କେନ୍ଦ୍ରରେ ଉପଯୁକ୍ତ ଚିକିତ୍ସା ଅଭାବ ଏବଂ କର୍ମଚାରୀମାନଙ୍କ ଅବହେଳା ଯୋଗୁଁ ଝିଅର ମୃତ୍ୟୁ ଘଟିଛି।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ଏଯାଏଁ ମୋଟ ୬୮ କରୋନା ଆକ୍ରାନ୍ତ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣ ଆରୋଗ୍ୟ ହେବା ସହ ୫୪ଟି ସକ୍ରୀୟ ମାମଲା ରହିଛି।

Comments are closed.