Latest Odisha News

ଖୋର୍ଦ୍ଧା ଜିଲ୍ଲାରେ ବଢିଲା କ୍ୱାରେଣ୍ଟାଇନ ସମୟ ଅବଧି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ସରକାରୀ କ୍ୱାରେଣ୍ଟାଇନ ସମୟ ସୀମାକୁ ବୃଦ୍ଧି କରାଯାଇଛି । ଏଣିକି ୭ ଦିନ ପରିବର୍ତ୍ତେ ୧୪ ଦିନ ପ୍ରବାସୀଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ଏ ନେଇ ଜିଲ୍ଲାପାଳ ସବୁ ବ୍ଲକର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କ୍ୱାରେଣ୍ଟାଇନ ସେଣ୍ଟରରେ ସାତ ଦିନ ରହି ଫେରିବା ପରେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଏଥି ସହ ହୋମ କ୍ୱାରେଣ୍ଟାଇନରେ ରହୁଥିବା ବ୍ୟକ୍ତିମାନଙ୍କ ଘରେ ସ୍ୱତନ୍ତ୍ର ପାଇଖାନା ବ୍ୟବସ୍ଥା ନ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

 

Leave A Reply

Your email address will not be published.