Latest Odisha News

BREAKING NEWS

ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ: ଏହି ସମସ୍ତ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦିନ ସାଢେ ଗୋଟାଏରେ ଭିଡିଓ କନଫ୍ରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ବସିବ।

ରବିବାର ହୋଇଥିଲେ ସୁଦ୍ଧା ଏହି ବୈଠକ ବସୁଥିବାରୁ ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବା ନେଇ ସୂଚନା ମିଳିଛି ।

ବୈଠକରେ ପର୍ଯ୍ୟଟନ ବିଭାଗ ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର କେତୋଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିପାରେ ।

କ୍ୟାବିନେଟରେ ସ୍ବାସ୍ଥ୍ୟ, ଶ୍ରମ, ଅର୍ଥ, କୃଷି, ଶିଳ୍ପ, ପଞ୍ଚାୟତିରାଜ ଓ ସାଧାରଣ ପ୍ରଶାସନ ବିଭାଗର କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.