Latest Odisha News

BREAKING NEWS

କୋଭିଡ ହସ୍ପିଟାଲରେ ପ୍ରାଣ ହରାଇଲେ ତାମିଲନାଡୁ ଫେରନ୍ତା ଯୁବକ, କାରଣ ଅସ୍ପଷ୍ଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟାଡିହି ବ୍ଲକ ଅନ୍ତର୍ଗତ ନାୟକ ସାହିର ଜଣେ ୨୦ ବର୍ଷ ବୟସ୍କ ଯୁବକଙ୍କର ଶନିବାର ବିଳମ୍ବିତ ରାତିରେ କୋଭିଡ ଡାକ୍ତରଖାନାରେ ମୃତ୍ୟୁ ଘଟିଛି।

ସୂଚନାନୁସାରେ, ମୃତ ଯୁବକ ଜଣଙ୍କ ତାମିଲନାଡୁରେ ଶ୍ରମିକ ଭାବରେ କାମ କରୁଥିଲେ। ସେ ପ୍ରାୟ ୧୪ ଦିନ ପୂର୍ବରୁ ଓଡ଼ିଶା ଫେରିଥିଲେ ଏବଂ ତାଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା।

ଜୁନ୍ ୪ ରେ, ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ଏବଂ ତାଙ୍କୁ କେନ୍ଦୁଝର ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏହା ରିପୋର୍ଟ ଏଯାଏଁ ଆସିନାହିଁ। ତେବେ ତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.