ଭୁବନେଶ୍ୱର: ରାଜ୍ୟରେ କୋଭିଡ କିଟ୍ କିଣା ନେଇ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରି ଜନସ୍ୱାର୍ଥ ମାମଲା ହୋଇଛି। ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ଲାଗି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି।
ନେସନାଲିଷ୍ଟ ଲୟର୍ସ ଫୋରମ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିବାବେଳେ ଏଥିରେ କେନ୍ଦ୍ର, ରାଜ୍ୟ ସରକାର ଏବଂ ସିବିଆଇକୁ ପକ୍ଷଭୁକ୍ତ କରାଯାଇଛି।
କରୋନା ମୁକାବିଲା ଲାଗି ବିଭିନ୍ନ ସଂସ୍ଥାଠାରୁ ପିପିଇ କିଟ୍, ମାସ୍କ କିଣିବା ଲାଗି ଟେଣ୍ଡର ହୋଇଥିଲା। ଅଧିକ ଦାମ୍ ଦେଇ ଏସବୁ ସାମଗ୍ରୀ କିଣାଯାଇଥିବା ନେଇ ଅଭିଯୋଗ ଆସିଥିଲା। ଏହାପରେ ଆଇଏଏସ୍ ଅଧିକାରୀ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଥିଲା।