ଯାଜପୁର: ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ସ୍ଥାପନ ହେବ ବିଜୁ ପଟ୍ଟନାୟକ ଇସ୍ପାତ ଅନୁଷ୍ଠାନ ।ପ୍ରତିଷ୍ଠା ହେବ ୩୬ ଟି ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ କାରଖାନା। ଏନେଇ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ। ଷ୍ଟିଲ୍ ଇଣ୍ଡଷ୍ଟ୍ରିଜର ଆନୁସଂଗିକ କାରଖାନା କଳିଙ୍ଗ ନଗରରେ ପ୍ରତିଷ୍ଟା ହେବା ଦ୍ୱାରା କାମ ପାଇଁ ବାହାରକୁ ଯାଉଥିବା ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ରୋଜଗାର ମିଳିପାରିବ। ଯଥାଶୀଘ୍ର କାରଖାନା ଗୁଡିକର ଶୁଭାରମ୍ଭ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଓ IDCOକୁ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ପ୍ରସ୍ତାବ ଦେଇଛନ୍ତି । ଏ ନେଇ ଗତକାଲି କଳିଙ୍ଗନଗର ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ପ୍ରୀତିରଞ୍ଜନ ଘଡାଇ ଙ୍କ ସମେତ IDCO ର ମୁଖ୍ୟ ମହା ପ୍ରବନ୍ଧକ, ଯାଜପୁର ଜିଲ୍ଲାପାଳ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସ.ପି ଓ ଅନ୍ୟ ଉଚ୍ଚ ପଦାଧିକାରୀମାନେ ସାମିଲ ହୋଇଥିଲେ। ଏହି ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ସ୍ଥାନୀୟ ଓଳିଆ ପଞ୍ଚାୟତର ୨୫ଏକର ଜମିରେ ସ୍କୁଲ,ମାର୍କେଟ,ମେଡିକାଲ ଓ ପାର୍କ ଓ ବିସ୍ଥାପିତ କଲୋନୀ ପ୍ରତିଷ୍ଠା କରାଯିବ। ବ୍ରାହ୍ମଣୀ ନଦୀରେ ଆନିକଟ୍ ନିର୍ମାଣ କରି କାରଖାନାକୁ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଦୁର୍ଘଟଣାରୁ ବର୍ତ୍ତିବା ଲାଗି ପ୍ରଥମେ ପାର୍କିଂ ୟାର୍ଡ ନିର୍ମାଣ କରାଯିବ। ଏଥିସହିତ CSR ଅର୍ଥ କେବଳ କଳିଙ୍ଗ ନଗରର ପାରିପାର୍ଶ୍ୱିକ ବିକାଶ ଲାଗି ଖର୍ଚ୍ଚ କରାଯାଉ ବୋଲି ବିଧାୟକ ପ୍ରସ୍ତାବ ଦେଇଥିଲେ। ତେବେ କଳିଙ୍ଗନଗର ଏହି ୩୬ ଟି ନୂଆ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ଆରମ୍ଭ ହେବା ପୂର୍ବରୁ ବିସ୍ଥାପିତ ମାନଙ୍କୁ ସଠିକ ଭାବେ ଥଇଥାନ କରିବା ପାଇଁ ବିଧାୟକ ଦାବି କରିଛନ୍ତି।
BREAKING NEWS
- ନେପାଳରେ ହଠାତ୍ ବନ୍ୟା ଆସିବାର କାରଣ କଣ ?
- ଲୁହାପଥର ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ; ୩ ଗିରଫ
- ଦେଶର ୧୧ ହଜାର କିମି ରେଳପଥର ହେବ ସମ୍ପ୍ରସାରଣ: ଯୋଜନାର ରୂପରେଖ ସ୍ପଷ୍ଟ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
- ଆପଣ ବହୁତ ହଟ୍ ଓ ବିୟୁଟିଫୁଲ୍’; ରିଆଲିଟି ସୋ’ରେ ମଲ୍ଲିକାଙ୍କୁ ଖୋଲା ପ୍ରଶଂସା କରି ଚର୍ଚ୍ଚାରେ ଲାଲୁଙ୍କ ପୁଅ
- ଜଣେ ବ୍ୟକ୍ତି କେତୋଟି କ୍ରେଡିଟ୍ କାର୍ଡ ରଖିପାରିବେ? ଜାଣନ୍ତୁ କ’ଣ ରହିଛି ଆରବିଆଇର ନୂଆ ନିୟମ
- ଚିନି ବନ୍ଦ କଲେ କମିବ କି ଡାଇବେଟିସ୍? ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ମେଡିକାଲ୍ ରିସର୍ଚ୍ଚରୁ ଜାଣନ୍ତୁ ସତ୍ୟତା
- ପାର୍ବଣ ପୂର୍ବରୁ ସରକାରଙ୍କ ବଡ଼ ପଦକ୍ଷେପ: କଳାବଜାରୀ ରୋକିବାକୁ ନୂଆ ନିୟମ, ନିୟନ୍ତ୍ରଣକୁ ଆସିଲା ଦର
- Jail Warder Brutally Attacked:ଜେଲ୍ ୱାର୍ଡେନଙ୍କୁ ଭୁଜାଲିରେ ପ୍ରାଣାନ୍ତକ ଆକ୍ରମଣ;ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
- ଓଡ଼ିଶାର ଇଞ୍ଜିନିୟରିଂ କଲେଜରେ ହାହାକାର: ଓଜେଇଇ ନାମଲେଖା ପରେ ଖାଲି ପଡ଼ିଛି ୩୭ ହଜାର ବି-ଟେକ୍ ସିଟ୍
- ପୂର୍ବତନ ବିଧାୟକ ସତ୍ୟ ଭୂଷଣଙ୍କ ପରଲୋକ;ବିଭିନ୍ନ ମହଲରୁ ଗଭୀର ଶୋକପ୍ରକାଶ

Comments are closed.