ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁସାରେ କେତେକ ରାଜ୍ୟ ରେଳବାଇକୁ କୋଭିଡ କେୟାର ସେଣ୍ଟର ପାଇଁ ଅନୁରୋଧ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଚ ଆବଣ୍ଟନ କରିଛି । ଉତ୍ତରପ୍ରଦେଶ ଏଥିପାଇଁ ୨୪ଟି ଷ୍ଟେସନ ଚୁଡାନ୍ତ କରିଛି । ସେହିପରି ତେଲଙ୍ଗାନାର ସିକନ୍ଦରାବାଦ, କାଚିଗୁଡା ଓ ଆଦିଲାବାଦରେ କୋଚ ରହଣିର ବ୍ୟବସ୍ଥା ହୋଇଛି । ଦିଲ୍ଲୀ ପାଇଁ ୧୦ଟି କୋଚ ପ୍ରସ୍ତୁତ କରାଯାଇଛି ।
କୋଭିଡ-୧୯ର ମୁକାବିଲା ଲାଗି ଭାରତୀୟ ରେଳ, ସରକାରଙ୍କୁ ସଂପୂର୍ଣ୍ଣ ସହାୟତାର ହାତ ବଢାଇଛି । ଭାରତୀୟ ରେଳ ବିଭିନ୍ନ ରାଜ୍ୟକୁ ୫୨୩୧ଟି କୋଭିଡ କେୟାର ସେଣ୍ଟର ଯୋଗାଇ ଦେଇଛି । ଆଞ୍ଚଳିକ ରେଳବାଇ ମଣ୍ଡଳଗୁଡିକ ଏହି କୋଚଗୁଡିକୁ ସଙ୍ଗରୋଧ ସୁବିଧା କେନ୍ଦ୍ର ଭାବେ ପରିଣତ କରିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁସାରେ କମ ଲକ୍ଷଣ ଯୁକ୍ତ ସଂକ୍ରମିତ ମାମଲାଗୁଡିକୁ ଏହି ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ଚିକିତ୍ସା କରାଯାଇପାରିବ । ଯେଉଁସବୁ ରାଜ୍ୟରେ ଏକାନ୍ତବାସ ସୁବିଧା ନିମନ୍ତେ ଶଯ୍ୟାର ଅଭାବ ରହିଛି ସେହି ରାଜ୍ୟଗୁଡିକରେ ଏହାକୁ ସଙ୍ଗରୋଧ କେନ୍ଦ୍ର ଭାବେ ଉପଯୋଗ କରାଯାଇପାରିବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ନୀତି ଆୟୋଗର ମିଳିତ କୋଭିଡ ପରିଚାଳନା ଯୋଜନା ଅଧୀନରେ ଏହି ସୁବିଧା ପ୍ରଦାନ କରାଯାଇଛି ।
୨୧୫ଟି ଷ୍ଟେସନ ମଧ୍ୟରୁ ରେଳବାଇ ୮୫ଟି ଷ୍ଟେସନରେ ସ୍ୱାସ୍ଥ୍ୟ ସେବା ସୁବିଧା ଏବଂ ୧୩୦ଟି ଷ୍ଟେସନରେ ରାଜ୍ୟଗୁଡିକ କୋଭିଡ ଚିକିତ୍ସା ପାଇଁ କୋଚଗୁଡିକ ବ୍ୟବହାର କରିବେ । ତେବେ ସମ୍ପୃକ୍ତ ରାଜ୍ୟଗୁଡିକ ଚିକିତ୍ସକ ଓ ଔଷଧପତ୍ର ସୁବିଧା ଯୋଗାଇଦେବେ ।ଭାରତୀୟ ରେଳ ପାନୀୟ ଜଳ ସମେତ ୧୫୮ଟି ଷ୍ଟେସନରେ ଚାର୍ଜିଂ ସୁବିଧାର ବ୍ୟବସ୍ଥା କରିଛି ଏବଂ ସେଥିରୁ ୫୮ଟି କୋଭିଡ କେୟାର ସେଣ୍ଟରରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ଭାରତୀୟ ରେଳ ପକ୍ଷରୁ କୁହାଯାଇଛି।
BREAKING NEWS
- ଆଦିବାସୀ ମେଳା ଉଦଘାଟିତ; ଆଦିବାସୀ ଶିକ୍ଷିତ, ସଚେତନ ହୁଅନ୍ତୁ କହିଲେ ମୁଖ୍ୟମନ୍ତ୍ରୀ
- HIL 2026: ୨ୟ ଥର ପାାଇଁ ଚମ୍ପିଆନ ହେଲା କଳିଙ୍ଗ ଲାନ୍ସର୍ସ, ବ୍ରୋଞ୍ଚ ଜିଣିଲା ତୁଫାନ୍ସ
- ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦର ପ୍ରଥମ ଅନୁରାଗ ଉତ୍ସବ ପାଳିତ
- ଗଣତନ୍ତ୍ର ଦିବସରେ ଅଘଟଣ; ଜାତୀୟ ପତାକା ଅବତରଣ ବେଳେ ବିଦ୍ୟୁତ୍ ଆଘାତରେ ଛାତ୍ର ମୃତ
- Bangladesh Tribunal: ବାଂଲାଦେଶର ପୂର୍ବତନ ପୋଲିସ ମୁଖ୍ୟଙ୍କ ସହ ଅନ୍ୟ ଦୁଇ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ
- ସାଧାରଣତନ୍ତ୍ର ଦିବସ: ୪୨ ଜଣଙ୍କୁ ରାଜ୍ୟସ୍ତରୀୟ ପୋଲିସ ମେଡାଲ୍ ପ୍ରଦାନ
- “ମଦର ଅଫ ଅଲ ଡିଲ” ପୂର୍ବରୁ ଭାରତକୁ ପ୍ରଶଂସା କଲେ ଇୟୁ ରାଷ୍ଟ୍ରପତି
- ଦେବଗଡ଼ରେ ଲଜ୍ଜା! ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ
- Suspected gang war: ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଗୁଳି କରି ହତ୍ୟା; ଗ୍ୟାଙ୍ଗ ୱାର ସନ୍ଦେହ…
- ଏହି ସବୁ ସମସ୍ୟା ନେଇ ଫେବ୍ରୁଆରୀ ୨ରୁ ୧୭ ଯାଏଁ ପ୍ରତିଟି ଜିଲ୍ଲାରେ ବିକ୍ଷୋଭ କରିବ ବିଜେଡି
Comments are closed.