Latest Odisha News

ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ୍ ସଂଖ୍ୟା ୧୦କୁ ବୃଦ୍ଧି

ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।

ଏନେଇ ଟ୍ୱିଟ୍ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଅନୁଯାୟୀ ଗଞ୍ଜାମର ଜଣେ ୫୫ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ତେବେ ତୀବ୍ର ଶ୍ୱାସକ୍ରିୟା ସମସ୍ୟା ମୃତ୍ୟୁର କାରଣ ବୋଲି ସେଥିରେ ଉଲ୍ଲେଖ ରହିଛି ।

କରୋନା ହଟସ୍ପଟ୍ ବୋଲାଉଥିବା ଗଞ୍ଜାମରେ ପୂର୍ବରୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।

Comments are closed.