Latest Odisha News

ବସରେ ପ୍ରବାସୀ ମହିଳାଙ୍କ ମୃତ୍ୟୁ

ସମ୍ବଲପୁର: ବରଗଡ ଜିଲ୍ଲାକୁ ଏକ ବସ୍‌ରେ ଫେରୁଥିବା ସମୟରେ ଶୁକ୍ରବାର ଦିନ ଜଣେ ମହିଳା ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ସମ୍ପୃକ୍ତ ମହିଳା ଜଣକ ଅତାବିରା ନିବାସୀ ହୋଇଥିବା ବେଳେ ସେ କିଡନୀ ରୋଗରେ ପୀଡିତ ଥିଲେ ବୋଲି ଜଣାପଡିଛି।

ମିଳିଥିବା ଖବର ଅନୁଯାୟୀ ପଶ୍ଚିମ ଓଡିଶାର ୬ଟି ଜିଲ୍ଲାର ପ୍ରାୟ ୧୧ ଜଣ ପ୍ରବାସୀ ଶ୍ରମିକ ଟ୍ରେନ୍ ଯୋଗେ ବାଲେଶ୍ବରରେ ପହଞ୍ଚିଥିଲେ। ସେଠାରୁ ସେମାନେ ରାୟ ବାବୁ (ଓଡି ୦୧ଏନ୍୪୪୫୪୫) ନାମକ ଏକ ବସରେ ନିଜ ଘରକୁ ଫେରୁଥିଲେ। ବସଟି ସମ୍ବଲପୁରରେ ଥିବାବେଳେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଥିଲା।

ଆହୁରି ମଧ୍ୟ ବସଟି ସକାଳ ପ୍ରାୟ ୧୧ଟା ବେଳେ ଅଇଁଠାପାଲି ଟିଏମସିରେ ପହଞ୍ଚିଥିଲା ଏବଂ ସେଠାରେ ଅନ୍ୟ ଯାତ୍ରୀମାନେ ଓହ୍ଲାଇ ପଡିଥିଲେ। ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବସରୁ ମୃତଦେହ ଉଦ୍ଧାର କରିଥିଲେ।

ତେବେ ତାଙ୍କର ଶେଷକୃତ୍ୟ ସମ୍ବଲପୁରର ରାଜଘାଟରେ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ।

Comments are closed.