Latest Odisha News

BREAKING NEWS

ରାଜ୍ୟରେ ଇ-କଲେକ୍ସନ ଦ୍ୱାରା ଯାନବାହନ ଜୋରିମାନା ଆଦାୟ ହେବ

ଭୁବନେଶ୍ୱର: ରାଜ୍ୟରେ ଇ-କଲେକ୍ସନ ମାଧ୍ୟମରେ ଯାନବାହନ ଜୋରିମାନା ଆଦାୟ କରିବାକୁ ସରକାର ସୋମବାର ଦିନ ଏଚଡ଼ିଏଫସି ବ୍ୟାଙ୍କ ଏବଂ ରାଜ୍ୟ ଯାନବାହନ ଚଳାଚଳ ବିଭାଗ ମଧ୍ୟରେ ଏକ ବୁଝାମଣା ହୋଇଛି ।

ଏବେ ସମସ୍ତ ପ୍ରକାର ଯାନବାହନର ଜୋରିମାନା, ଟ୍ୟାକ୍ସ ଏବଂ  ବିଭିନ୍ନ ଦେୟ କେବଳ ଡ଼ିଜିଟାଲ ଇ-କଲେକ୍ସନ ଜରିଆରେ ପଇଠ ହେବ । ଏହି ଦେୟ ଆଦାୟ ଡ଼ିଜିଟାଲ ପଦ୍ଧତି ଦ୍ୱାରା ରାଜ୍ୟ ପରିବହନ ପ୍ରାଧିକରଣ ଓ ବିଭିନ୍ନ ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟ ମାଧ୍ୟମରେ ଜୋରିମାନା ଆଦାୟ ସ୍ଥଳୀରେ ହିଁ ପଇଠ ହେବାକୁ ନିଷ୍ପତ୍ତି ହୋଇଛି ।

ସରକାରୀ ସୂତ୍ରରୁ ଜଣାପଡ଼ିଛି, ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନାଗରିକମାନଙ୍କୁ ସ୍ୱଚ୍ଛତା ଏବଂ ଡ଼ିଜିଟାଲ୍ ବୈଷୟିକ ପଦ୍ଧତି ଦ୍ୱାରା ଏହି ଜୋରିମାନା ଆଦାୟ କରିବାକୁ ବିଭଗୀୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟର ସମସ୍ତ ଆରଟିଆଇ ଅଫିସ ଏବଂ ରାଜ୍ୟ ଟ୍ରାନ୍ସପୋର୍ଟ ଅଥରିଟି କାର୍ଯ୍ୟାଳୟରେ ଏଚଡ଼ିଏଫସି ବ୍ୟାଙ୍କ ୧୬୨ଟି ପିଓଏସ ମେସିନ ସଂଯୁକ୍ତ କରିବାର ନିଷ୍ପତ୍ତି ନେଇଛି ।

ଏନେଇ ସମସ୍ତ ଏନଫୋର୍ସମେଣ୍ଟ ଅଫିସକୁ ୧୯୫ଟି ମୋବାଇଲ୍ ଇ-ଚାଲାଣ ମେସିନ ଯୋଗାଇ ଦିଆଯିବ । ଚେକିଂ ସମୟରେ ହେଉଥିବା ସମସ୍ତ ଜୋରିମାନା କେବଳ ‘ବାହନ’ ଓ ‘ସାରଥି’ ଡ଼ାଟାବେସ୍ ମାଧ୍ୟମରେ ଜେନେରେଟ୍ କରି ଭେଇକିଲ୍ ଚେକିଂ ରିପୋର୍ଟ (ଭିସିଆର) ପ୍ରସ୍ତୁତ କରାଯିବ ।

ସମସ୍ତ ଜୋରିମାନାସ୍ଥଳୀରେ ରୋଡ଼ ଟ୍ରାନପୋର୍ଟ ଅଫିସର, ମୋଟର ଭେଇକିଲ୍ ଇନିସପେକ୍ଟର, ଟ୍ରାଫିକ ଇନସପେକ୍ସର, ଜୁନିୟର ଏମଭିଆଇମାନେ ଏହି ଭିସିଆର ଜେନେରେଟ କରିବା ସହିତ ଡ଼ିଜିଟାଲ୍ ଜୋରିମାନା ଆଦାୟ କରିପାରିବେ ।

ତେଣୁ ମାନୁଆଲ୍ ଜୋରିମାନା ଆଦାୟ ନଭେମ୍ବର ୧ରୁ ବନ୍ଦ ହେବ ଏବଂ ଇ-ଚାଲାଣ ମେସିନ ମାଧ୍ୟମରେ ଜୋରିମାନା ଆଦାୟ ହେବ ।

ଏନେଇ ସୋମବାର ଦିନ କଟକର ରାଜ୍ୟ ଟ୍ରାନପୋର୍ଟ ଅଥରିଟିଠାରେ ରାଜ୍ୟ ଟ୍ରାନପୋର୍ଟ କମିଶନର ସଞ୍ଜୀବ ପଣ୍ଡା ଓ ଏଚଡ଼ିଏଫସି ବ୍ୟାଙ୍କ ରିଜିଓନାଲ୍ ହେଡ୍ ଦେବାଶୀଷ ସେନାପତିଙ୍କ ମଧ୍ୟରେ ଏକ ଚକ୍ତିନାମା ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

Leave A Reply

Your email address will not be published.